ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର: ୫୨ ୟୁନିଟ ରକ୍ତ ସଂଗ୍ରହ

ଜହ୍ନ ।ପଙ୍କ,୨/୧୦- ବୌଦ୍ଧ ଜିଲ୍ଲା ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କମିରା ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଡ଼ିଓ ଦେବୀ ପ୍ରସାଦ ଦାସ, ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଗ୍ରାମ୍ୟ କୃଷି ଅଧିକାରୀ ନରସିଂହ ସୁଣ୍ଡି, ସ୍ୱେଚ୍ଛାସେବୀ ସୀତାଂଶୁ ମହାକୁଳ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ଲୋଚନ ସାହୁ ଓ କିରଟୀ ପ୍ରଧାନଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା । ଏହା ପରେ ମହିଳା ରକ୍ତଦାତା ମିତ ।ମଣି ଭୋଇ, ସମାରୀ ରଣା, ଲଙ୍କେଶ୍ୱରୀ ରଣା, ସୁଜାତା ମହାକୁଳ ପ୍ରମୁଖ ୧୦ ରୁ ଉର୍ଦ୍ଧ୍ୱ ମହିଳା ରକ୍ତଦାନ କରିଥିଲେ । ସମୁଦାୟ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତଦାନ ଶିବିରକୁ ଡ଼. ମଳୟ କୁମାର ସାହୁ, କାଉନ୍‌ସେଲର ବନୋଜ କୁମାର ପ୍ରଧାନ, ଏଲ ଟି ଦେବଦତ୍ତ କିଷାନ, ଆଟେଣ୍ଡାଣ୍ଟ ବାଦଲ କୁମାର ପ୍ରଧାନ ପରିଚାଳନା କରିଥିବାବେଳେ ସ୍ୱେଚ୍ଛାସେବୀ ଜଗଦୀଶ ବାରିକ, ବିଜୁ ଜନତା ଦଳର ସଂପାଦକ ସନ୍ତୋଷ କୁମାର ଦାସ, ସୁମନ୍ତ ନାଏକ, ଅରୁପ ଦାଶ, ପ୍ରଦୀପ ପ୍ରଧାନ, ଆଦିତ୍ୟ ଦାସ, ରବୀନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଯୁବ ସାମ୍ବାଦିକସଂଘ ପକ୍ଷରୁ ପାଟଣାଗଡ଼ ଆରକ୍ଷୀ ଅଧିକାରୀଙ୍କୁ ଦାବପତ୍ରି ପ୍ରଦାନ ପାଟଣାଗଡ,୨/୧୦- ବରିଷ୍ଠ କାର୍ଯ୍ୟରତ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦାକରି ଘଟଣାରେ ସଂପୃକ୍ତଥିବା ଅଭିଯୁକ୍ତ ମାନଙ୍କୁ ଗିରଫକରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସମ୍ମିଳିତ ଏକ ଦାବିପତ୍ର ପାଟଣାଗଡ଼ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ପୋଲିସ୍‌ ମହାନିର୍ଦ୍ଦେଶକ ଭୁବନେଶ୍ୱର ଉଦ୍ଦେଶ୍ୟରେ ପାଟଣାଗଡ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତାଙ୍କ ଜରିଆରେ ପାଟଣାଗଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର କାର୍ଯ୍ୟଳୟ ଠାରୁ ସଭାପତି କରୁଣାକର ବୁଡେକଙ୍କ ନେତୃତ୍ୱରେ ବାହାରି ପାଟଣାଗଡ ପୋଲିସ ଆରକ୍ଷୀ ଅଧିକାରୀ କାର୍ଯ୍ୟ ।ଳୟକୁ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ସମ୍ପାଦକ ବିମଳ ବାଗ, କୋଷାଧ୍ୟକ୍ଷ ଘନ ଭୋଇ, ଉପ ସଭାପତି ଗୋରେଖନାଥ ବରିହା, ଉପଦେଷ୍ଟା ଜଗଦିଶ ଭୋଇ, ସଦସ୍ୟ ଲାବଣ ପୁରୋହିତ, ଲଳିତ ମଲ୍ଲିକ, ପ୍ରତ୍ୟୁଷ ରଞ୍ଜ ଖମାରି, ଶେଷଦେବ ସିଂ ନାଏକ ଦୁର୍ଯ୍ୟୋଧନ ବର୍ଗେ, ଚନ୍ଦ୍ରଶେଖର ବରିହା, ସନ୍ନ୍ୟାସୀ ନାଏକ୍‌, ସୁଦାମ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment