ଜହ୍ନ ।ପଙ୍କ,୧୦/୧୦ :ବୌଦ୍ଧ ବ୍ଲକ ମୁଣ୍ଡ ।ପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ମୁଣ୍ଡାପଡା ପଞ୍ଚାୟତ ପରିସରରେ ଆଜି ଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡିଂ କମିଟି ଗଠିତ ହୋଇଯାଇଛି । ଏଥିରେ ମୁଣ୍ଡାପଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଶେଷଦେବ ପ୍ରଧାନ ଷ୍ଟାଣ୍ଡିଂ ଗଠନ ଉପରେ ବିସ୍ତ୍ରୁତ ଭାବରେ ଆଲୋଚନା କରିଥିଲେ । ଏନେଇ ପଞ୍ଚାୟତ ର ବିଭିନ୍ନ ଅଞ୍ଚଳର ଥିବା କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ପଞ୍ଚାୟତସ୍ତରୀୟ ମନିଟରିଂ କମିଟି ଗଠନ କରାଯାଇଥିଲା । ଏଥିରେ ଚେୟାରପର୍ସନ ଭାବେ ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ଭାଇସ ଚେୟାରପର୍ସନ ନାଏବ ସରପଞ୍ଚ ଉର୍ମିଳା ଝାଙ୍କର ଏବଂ କୋ-ଚେୟାରପର୍ସନ ସମିତି ସଭ୍ୟ ସଞ୍ଜୟ ପ୍ରଧାନଙ୍କୁ ଓ ସଂପାଦକ ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୌରୀ ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା । ସଦସ୍ୟ ସି ଆର ସି ସି ଶେଷଦେବ ପ୍ରଧାନ ,ଅବସରପ୍ରାପ୍ତ ସି ଆର ସି ସି ପର୍ଶୁରାମ ପ୍ରଧାନ, ଅଙ୍ଗନବାଡି କର୍ମୀ ମିଥିଳା ନାଏକ, ଏ ଏନ ଏମ୍ ସାରଦା ପୂଜାହାରୀ, ମିଶନ ଶକ୍ତିର ସଭ୍ୟା ସୌଦାମିନୀ ବଗର୍ତ୍ତି,କ୍ଲବ ସଭ୍ୟ ବୃନ୍ଦାବନ ମଲ୍ଲିକଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଏହି କମିଟି ପଞ୍ଚାୟତରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ଛାତ୍ରୀ କିପରି ଉନ୍ନତି କରିବେ ସେ ସମ୍ପର୍କରେ ସବିସ୍ତାରେ ଆଲୋଚନା କରାଯାଇଥିଲା । ଶେଷରେ ସିଆରସିସି ଶେଷଦେବ ପ୍ରଧାନ ଧନ୍ୟବାଦ ଦେଇଥିଲେ ।