ବୌଦ୍ଧ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ଉଦଯାପିତ

ଜହ୍ନ ।ପଙ୍କ,୧୩/୧୧:-ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୌଦ୍ଧ ବ୍ଳକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କର ବିକାଶ କ୍ଷେତ୍ରରେ ୫-ଟିର ଗୁରୁତ୍ୱକୁ ଆଲୋଚନା କରିଥିଲେ । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଶିଶୁ ମହୋତ୍ସବ ସୁରଭି ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଶମ୍ଭୁ ଗିରି ଅତିଥି ପରିଚୟ ପ୍ରଦାନ କରିଥିଲେ । ତେଲିବନ୍ଧ ସିଆରସି ରାଜକୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ । ବ୍ଲକର ଦୁଇଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରି ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରବନ୍ଧରେ ଇତିଶ୍ରୀ ମହାକୁଳ, ରଜନୀ ପ୍ରଧାନ, ବକ୍ତୃତାରେ କ୍ରିଷ୍ଣା ପଣ୍ଡା, ଗଣେଶ ସାହୁ, ଚିତ୍ରାଙ୍କନରେ ଜନ୍ନତ ଆଫ୍ରିନ, ସାର୍ଥକ ପାତ୍ର, ସଂଗୀତରେ ଶ୍ରୁତି ପଟ୍ଟନାୟକ, ବର୍ଷା ଭବସାଗର ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଖଲିଆବଗିଚା ଓ ତେଲିବନ୍ଧ ବିଦ୍ୟାଳୟ ମନୋନୀତ ହୋଇ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସକ୍ଷମ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସିଆରସିସି ଓ ଶିକ୍ଷକମାନେ ସହଯୋଗ କରିଥିଲେ ।

Comments (0)
Add Comment