ବୌଦ୍ଧ/ଜହ୍ନାପଙ୍କ,୩୦/୫: ବୌଦ୍ଧ ବ୍ଳକ ବଢ଼ିଗାଁ ବାସିନ୍ଦା ସରୋଜ ଭୋଇ(୪୫)ଙ୍କ ଆଜି ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରେ ପରଲୋକ ଘଟିଛି । ସେ କରୋନା ଆକ୍ରାନ୍ତ ହୋଇ ୨ ମାସ ହେଲା ଭୁବନେଶ୍ୱର ହାଇଟେକ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଗତ ୪ ତାରିଖରେ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ସ୍ଥାନୀୟ ବ୍ୟାଙ୍କରେ ୨୦୧୬ ମସିହାରୁ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟକରି ଆସୁଥିଲେ । ତାଙ୍କର ୨ ଝିଅ ଅଛନ୍ତି । ତାଙ୍କର ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।