ଜହ୍ନ ।ପଙ୍କ,୧୯/୧୦: ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନ ।ପଙ୍କ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ନାରାୟଣ ନଗର କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଖମାରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗତି ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ଦେହୁରୀ ଯୋଗଦେଇ ସୁରଭି ହେଉଛି ଛାତ୍ରଛାତ୍ରୀଙ୍କ ଭିତରେ ଲୁକ୍କାୟିତ ହୋଇ ରହିଥିବା ପ୍ରତିଭାର ଏକ ମାଧ୍ୟମ । ତେଣୁ ସବୁ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପ୍ରତିଭା ଦେଖାଇବା ସୁଯୋଗକୁ ହାତଛଡା କରିବା ଅନୁଚିତ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଦିତ୍ୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷକ ଜିତେନ୍ଦ୍ର କୁମାର ଦାସ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ । ଏହାପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବରିଷ୍ଠ ଓ କନିଷ୍ଠ ବିଭାଗରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ନୃତ୍ୟ, ସଙ୍ଗୀତ, ଡ୍ରଇଂ, ଡିବେଟ ଆଦି ୧୬ ଟି ପ୍ରତିଯୋଗିତା ହୋଇଥିଲା । କ୍ଳଷ୍ଟର ଲକ୍ଷ୍ମୀପ୍ରସାଦ, ଜଗତି, ମକୁନ୍ଦପୁର, ଦାମୋଦରପୁର, ପଦ୍ମନପୁର, ବୁରକଟା, ଗୁଢ଼ିଆଳି,ଜହ୍ନ ।ପଙ୍କ ଉଚ୍ଚ଼ ବିଦ୍ୟାଳୟର ୧୩୭ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ କ୍ଳଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।