ବୌଦ୍ଧ/ଜହ୍ନାପଙ୍କ,୩/୮: ବୌଦ୍ଧବ୍ଲକ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ଦିନ କରୋନା ଟୀକାକରଣ କରାଯାଇଛି । ୧୮ ରୁ ୪୫ ବର୍ଗର ବୟସ୍କଙ୍କୁ ଏହି ଟୀକା ଦିଆଯାଇଛି । ୪୦୦ ମହିଳା ଓ ୩୦୭ ପୁରୁଷଙ୍କୁ ଏହି ଟୀକା ଦିଆଯାଇଛି । ବାଉଁଶୁଣୀ ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବି ପି ଏମ୍ ସୁଧାଂଶୁ ପ୍ରଧାନ, ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ରମାକାନ୍ତ ନନ୍ଦ, ଏ ଏନ ଏମ୍ ଅନୁପମା ସାହୁ, ଲିଜାରାଣୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି ମଧ୍ୟ ଏହି ଟୀକାକରଣ ଅଭିଯାନ ଜାରି ରହିବ ବୋଲି ଡା. ବେହେରା ସୂଚନା ଦେଇଛନ୍ତି ।