ବୌଦ୍ଧ/ଜହ୍ନାପଙ୍କ,୧୭/୬- ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି କରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି ଦିଗରେ ସରପଞ୍ଚମାନେ ଆଗ୍ରହ ପ୍ରକାଶ କରୁନଥିବାରୁ ଗ୍ରାମାଞ୍ଚଳ ରାସ୍ତା କଦର୍ମାକ୍ତ ହୋଇ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧବ୍ଳକ ମୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ବଲ ।କିରାରେ । ବଲ ।କିରାରୁ ପଞ୍ଚାୟତକୁ ଯିବା ରାସ୍ତାରେ ଗାଁ ମୁଣ୍ଡରେ ସାମାନ୍ୟ ବର୍ଷା ହେଲେ ପାଣି ଜମି ରହି କାଦ ହେଉଛି । ଏପରିକି ଏହି ରାସ୍ତାରେ ଚାଲି ଚାଲି ଯିବା ମଧ୍ୟ ସମ୍ଭବ ହେଉନାହିଁ । ଏନେଇ ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭକରି ବ୍ଳକ ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କିଛି ଲାଭ ହୋଇନାହିଁ । ଅପରପକ୍ଷରେ ଭଲ ରାସ୍ତା ଥିବା ଗାଁରେ ରାସ୍ତା ଉପରେ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ଏହି ରାସ୍ତା ପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ । ଏହି ରାସ୍ତା ଦେଇ ବଲ ।କିରା ଓ ଜାଲୋଇ ଗ୍ରାମବାସୀ ଯାତାୟତ କରିଥାନ୍ତି । ପୁନଃଶ୍ଚ ଏହି ରାସ୍ତାରେ ୧୦୦ ମିଟର ଗଲାପରେ ଏକ ପୋଲ ୨ ବର୍ଷ ହେଲା ଭାଙ୍ଗି ପଡ଼ିଥିଲେ ମଧ୍ୟ ଏହାର ମରାମତି କରାଯାଉନାହିଁ । ଫଳରେ ଗ୍ରାମବାସୀଙ୍କ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।