ଟିକାକେନ୍ଦ୍ର ପରିଦର୍ଶନ କଲେ ସ୍ୱେଚ୍ଛାସେବୀ ଇଂ ରାକେଶ ତ୍ରିପାଠୀ

ବୌଦ୍ଧ/ଜହ୍ନାପଙ୍କ,୨୩/୬: ବୌଦ୍ଧ ବ୍ଳକ ବାଉଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ୧୮ ବର୍ଷରୁ ୪୪ ବୟସ୍କଙ୍କୁ କରୋନା ଟୀକା ଦିଆଯାଇଛି । ଟୀକା ଦେଲା ସମୟରେ ବାଉଁଶୁଣୀର ସ୍ୱେଚ୍ଛାସେବୀ ଇଂ ରାକେଶ ତ୍ରିପାଠୀ ଟୀକା ଦେବା ସମୟରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପିନ୍ଧିବାକୁ ବୁଲି ଦେଖିଥିଲେ । ସମସ୍ତେ କିପରି ଟୀକା ପାଇପାରିବେ ସେ ସମ୍ପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ବି ପିଏମଙ୍କ ସହିତ ଆଲୋଚନା କରିଥିଲେ । ପୂର୍ବରୁ ଶ୍ରୀ ତ୍ରିପାଠୀ ବିଭିନ୍ନ ଗ୍ରାମକୁ ଯାଇ କରୋନା ମହାମାରୀରୁ କିପରି ଆମେ ବଞ୍ଚି ପାରିବା ସେ ସମ୍ପର୍କରେ ସଚେତନତା କରିଆସୁଛନ୍ତି ଯାହାକି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ତାଙ୍କୁ ପ୍ରଶଂସା ମଧ୍ୟ କରାଯାଉଛି ।

Comments (0)
Add Comment