୭୨ ତମ ବନମହୋତ୍ସବ ଅବସରରେ ବିଭିନ୍ନ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୌଦ୍ଧ /ଜହ୍ନାପଙ୍କ,୭/୭: ବୌଦ୍ଧ ବ୍ଳକ ବହିରା ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୨ ତମ ବନସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହିରା ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦାମ ଶେଖର ପୁରୋହିତ, ସ୍ଥାନୀୟ ହାଇସ୍କୁଲ ଶିକ୍ଷକ ଦେଶବନ୍ଧୁ ମହାକୁଳ, ସହକାରୀ ଶିକ୍ଷକ ଶଙ୍କର୍ଷଣ ହାତୀ ଶିକ୍ଷୟତ୍ରୀ ବିଜୟିନୀ ପାତ୍ର ଓ ବିଦ୍ୟାଳୟ ପରିଚାଳନା ସଭାପତି ଜୟନ୍ତ ସାହୁ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ସେହିପରି ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ବୁରକଟା ଝାରବନ୍ଧନୀଠାରେ ୭୨ ତମ ବନାମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏବିଡ଼ିଓ ପ୍ରମୋଦ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ସରପଞ୍ଚ ମିତ୍ରଭାନୁ ପ୍ରଧାନ, ପଂଚାୟତ ନିର୍ବାହୀ ଅଧିକାରୀ ଶମ୍ଭୁ ପ୍ରସାଦ କ୍ଷେତି, ସ୍ୱେଚ୍ଛାସେବୀ ଅନନ୍ତ ପ୍ରଧାନ, ସୁରମଣି ମିଶ୍ର ଓ ସାମ୍ବାଦିକ ପ୍ରକାଶ ବାରିକ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ସେହିପରି ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୨ ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ସମ୍ମାନିତ ଅତିଥି ଭାବେ ଏବିଡ଼ିଓ ପ୍ରମୋଦ କୁମାର ମିଶ୍ର ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପରେ ପ୍ରଧାନଶିକ୍ଷକ ତ୍ରିଲୋଚନ ସାହୁ, ସହକାରୀ ଶିକ୍ଷକ ସୁଧାଂଶୁ ଶେଖର ସାହୁ,ଆଦିତ୍ୟ ପ୍ରଧାନ, ଜଗନ୍ନାଥ ବେହେରା, ଶିକ୍ଷୟିତ୍ରୀ ଅଞ୍ଜଳି ତ୍ରିପାଠୀ, ସଂଜ୍ଞା ପୁରୋହିତ, ଦୀପାଞ୍ଜଳି ଦେହୁରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଯୋଗିନ୍ଦ୍ର ସାହୁ,ନିରଞ୍ଜନ ମିର୍ଦ୍ଧା ପ୍ରମୁଖ ବୃକ୍ଷରୋପଣ କରିଥିଲେ ।

Comments (0)
Add Comment