୫ ଟି କାର୍ଯ୍ୟ ଆରମ୍ଭ ପାଇଁ ଭୂମିପୂଜନ ଓ ଶୁଭଖମ୍ବ ସ୍ଥାପନ

ଜହ୍ନ ।ପଙ୍କ,୩/୧୨ : ବୌଦ୍ଧ ବ୍ଳକର ଜହ୍ନ ।ପଙ୍କ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟକୁ ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟରେ ୫ ଟିରେ ରୂପାନ୍ତରିତ ପାଇଁ ସାମିଲ କରିଥିଲେ । ତେବେ ୫ ଟି କାର୍ଯ୍ୟର ଶୁଭାରମ୍ଭ ପାଇଁ ଆଜି ଜିଲ୍ଲାପାଳଙ୍କ ଦ୍ୱାରା ଭୂମିପୂଜନ ଓ ଶୁଭ ଖମ୍ବ ସ୍ଥାପନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିତେନ୍ଦ୍ର ହୋତା ପୂଜାର୍ଚ୍ଚନା ପରେ ଜିଲ୍ଲାପାଳ ଶୁଭ ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର, ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାସ, କନିଷ୍ଠ ଯନ୍ତ୍ରୀ ଦେଶବନ୍ଧୁ ନାଏକ, ବୌଦ୍ଧ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ, ପ୍ରଧାନଶିକ୍ଷକ ତ୍ରିଲୋଚନ ସାହୁ, ଶିକ୍ଷକ ପ୍ରମୋଦ କୁମାର ଚାନ୍ଦ, ଜଗନ୍ନାଥ ବେହେରା, ସୁଶାନ୍ତ ବିଶ୍ୱାଳ, ସରତ ପ୍ରଧାନ, ଶାନ୍ତନୁ ମିର୍ଦ୍ଧ । ପ୍ରମୁଖ ଉପସ୍ଥିତ ଥଲେ । ପୂର୍ବ ସଭାପତି ସହସ୍ରାଂଶୁୁ ମିଶ୍ର, ଏସ୍‌ ଏମ୍‌ ସି ସଭାପତି ସ୍ୱାଧୀନ କୁମାର ପ୍ରଧାନ, ସଭ୍ୟ ଜଗଦୀଶ ବାରିକ ସେହିପରି ଜଗତି ଓ ମୁଣ୍ଡିପଦର ସରକାରୀ ଉଚ୍ଚ଼ବିଦ୍ୟାଳୟର ମଧ୍ୟ ଭୂମିପୂଜନ ଓ ଶୁଭ ଖମ୍ବ ସ୍ଥାପନ ହୋଇଛି ।

Comments (0)
Add Comment