ବୌଦ୍ଧ : ବାଘ ମଧ୍ୟମ ଜଳ ସେଚନ ପ୍ରକଳ୍ପର ହାତୀମୁଣ୍ଡା ନିକଟରେ ଆଜି ଗୋଟିଏ କେନାଲ ପୋଲ ଭାଙ୍ଗି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଘ ପ୍ରକଳ୍ପର ହାତୀ ମୁଣ୍ଡା ନିକଟରେ ଲୋକଙ୍କ ଯାତାୟତର ସୁବିଧା ପାଇଁ ଶାଖା କେନାଲ ଉପରେ ଥିବା କଂକ୍ରିଟ ପୋଲଟି ଭୁଶୁଡି ପଡିଛି । ଫଳରେ ଏ ପୋଲ ଦେଇ ଯାତାୟତ କରୁଥିବା ଉଭୟ ପାର୍ଶ୍ୱର ଗ୍ରାମବାସୀ ବର୍ତ୍ତମାନ ସମସ୍ୟା ଭୋଗୁଥିବା ଦେଖିବାକୁ ମିଳୁଛି । ପୋଲ କାମ ନିମ୍ନମାନର ହୋଇଥିବା ହେତୁ ଅଳ୍ପ ବର୍ଷ ମଧ୍ୟରେ ମଝିରୁ ପୋଲ ବିମ ଛିଣ୍ଡି ପଡିଥିବା ଅଭିଯୋଗ ହୁଏ । ତୁରନ୍ତ ନୂତନ ପୋଲ ନିର୍ମାଣ କାର୍ଯ୍ୟ କରିବାକୁ ଜନସାଧାରଣରେ ଦାବୀ ହେଉଛି ।