ବୌଦ୍ଧ ବିଧାୟକଙ୍କ ହରଭଙ୍ଗା ବନ୍ୟାଞ୍ଚଳ ପରଦିର୍ଶନ

ହରଭଙ୍ଗା : ସଂପ୍ରତି ହରଭଙ୍ଗା ବ୍ଲକ ଅଂଚଳରେ ଘଟିଯାଇଥିବା ବନ୍ୟାରେ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବନ୍ୟା କ୍ଷତିଗ୍ରସ୍ତ ଅଂଚଳକୁ ବିଧାୟକମାନେ ତୁରନ୍ତ ଗସ୍ତ କରି ବିପନ୍ନମାନଙ୍କର ସମସ୍ୟା ବୁଝିବା ସହ କ୍ଷତିଗ୍ରସ୍ତ ଅଂଚଳର ବିପନ୍ନମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯେପରି ସଠିକ୍ ଭାବେ ପାଇପାରିବେବୋଲି ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆଜି ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଅଚାନକ ହରଭଙ୍ଗା, କୁଶାଙ୍ଗା, କୁମାରୀ, ଅତଲସରା ଓ କୃଡାଶିଙ୍ଗା ବନ୍ୟା କ୍ଷତିଗ୍ରସ୍ତ ଅଂଚଳକୁ ଗସ୍ତ କରି ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ବିପନ୍ନମାନଙ୍କ ସହିତ ଆଲୋଚନା କରିଥିଲେ । ବିପନ୍ନମାନେ କହିଛନ୍ତି ିବନ୍ୟାରେ ଚାଷ ସଂପୂର୍ଣ୍ଣ ଉଜୁଡିବା ସହ ବ୍ୟାପକ କ୍ଷତି ହୋଇଛି । ଏଣୁ ଡାଲି ଜାତୀୟ ଚାଷ ପାଇଁ ମୁଗ, ବିରୀ, ହରଡ ଆଦି ବିହନ ଚାଷୀଙ୍କୁ ଯୋଗାଇବା ସହ ହରଭଙ୍ଗାଠାରୁ କୃଡାଶିଙ୍ଗା ପର୍ଯ୍ୟନ୍ତ ମହାନଦୀ କୂଳରେ ଅତଡା ଧସିଯିବାରୁ, ପଥରବନ୍ଧ କରିବା ସହ, କ୍ଷତିଗ୍ରସ୍ତ ଚାଷୀ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଥିଲେ । ବିଧାୟକ ଗ୍ରାମବାସୀଙ୍କ ସହ ଆଲୋଚନା ସମୟରେ ବନ୍ୟାଯୋଗୁଁ ଚାଷଜମି ନଷ୍ଟ ହେବା ସହ ଘରଦ୍ୱାର ଭାଙ୍ଗିଯାଇଥିଲେ ସୁଦ୍ଧା କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବାକୁ ଶ୍ରୀ ଅମାତ କହିଥିଲେ ।
ଆଜି ବନ୍ୟାଞ୍ଚଳରେ ପରିଦର୍ଶନରେ ବିଧାୟକ ଆସିଥିବାରୁ, ବନ୍ୟାବିପନ୍ନମାନେ ସେମାନଙ୍କର ଦୁଃଖଦର୍ଦ୍ଦଶା କହିଥିଲେ । ଏହି ପରିଦର୍ଶନରେ କୁଶଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଶ୍ରୀ ଦେହୁରୀ, ହରଭଙ୍ଗା ପୂର୍ବତନ ସରପଞ୍ଚ ସୁବୋଧନ ପ୍ରଧାନ, ରବି ଭୋକ୍ତ, କିଶ୍ୱାରୀ ଭୋକ୍ତ, ଅଣୁ ବାନାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment