ବୌଦ୍ଧ ରାଜ ରାସ୍ତାରେ ଜଳର ଫୁଆରା

ବୌଦ୍ଧ – ବୌଦ୍ଧ ସହରରେ ବିଭିନ୍ନ ରାସ୍ତାରେ ପାନୀୟ ଜଳ ଯୋଗାଣ ସମୟରେ ଜଳର ଫୁଆରା ଦେଖିବାକୁ ମିଳିଛି l ବୌଦ୍ଧ ସହରରେ ମହାନଦୀରୁ ପାନୀୟ ଜଳ ଯୋଗାଣ ପାଇଁ ପୋତା ଯାଇଥିବା ପାଇପ ଗୁଡିକ ଫାଟି ପ୍ରତିଦିନ ହଜାର ହଜାର ପାନୀୟ ଜଳ ଡ୍ରେନ ଓ ରାସ୍ତାରେ ବୋହି ଯାଉଛି l ଗତକାଲି ସକାଳ 11 ଘଣ୍ଟା ସମୟରୁ ପ୍ରାୟ ଦେଢ ଘଣ୍ଟା ଧରି ଖଲିଆବଗିଚା ପେଟ୍ରୋଲ୍ ପମ୍ପ ନିକଟରେ ବାପୁଜୀ ନଗରକୁ ଜଳ ଯୋଗାଣ ପାଇଁ ଯାଇଥିବା ପାଇପ ଫାଟି ରାସ୍ତା ଉପରକୁ ପାଣି ବିଚ୍ଛୁରିତ ହୋଇଥିଲା | ସେ ରାସ୍ତା ଦେଇ ଯାଉଥିବା ଲୋକେ ଭିଜି ଭିଜି ଯାଉଥିବା ଦେଖିବାକୁ ମିଳିଥିଲା l ସେହିପରି ଦାନିସାହୀ ଠାରେ ସପ୍ତାହେରୁ ଅଧିକ ଦିନ ହେଲା ପାଇପ ଫାଟି ରାସ୍ତାରେ ପାଣି ବହୁଥିଲେ ମଧ୍ୟ ତାର କୌଣସି ବ୍ୟବସ୍ଥା କରାଯାଉନାହିଁ l ସହରର ବିଭିନ୍ନ ୱାର୍ଡରେ ପାଇପ ଫାଟି ରାସ୍ତାରେ ପାଣି ଯାଉଥିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି | ଲୋକେ ପିଇବା ପାଣି ପାଇଁ ହାହାକାର ହେଉଥିବା ବେଳେ ନିମ୍ନ ମାନର କାର୍ଯ୍ଯ ଓ ପରିଚାଳନା ଗତ ଅବ୍ୟବସ୍ଥା ଯୋଗୁଁ ପ୍ରତିଦିନ ହଜାର ହଜାର ଲିଟର ଜଳ ରାସ୍ତା ଉପରେ ବହି ଡ୍ରେନ କୁ ଚାଲି ଯାଉଛି l ସହରାଞ୍ଚଳ ଜନ ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ଦ୍ରୁଷ୍ଟି ଦେବାକୁ ଜନସାଧାରଣ ରେ ଦାବି ହେଉଛି l

Comments (0)
Add Comment