ବୌଦ୍ଧ, ୧୭/୭ -କରୋନାର ବ୍ୟୁତ୍ପାତ ବୌଦ୍ଧ ସହରରେ ଦେଖିବାକୁ ମିଳୁଛି । ସେଥିପାଇଁ ପ୍ରଶାସନ ସହରର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଚାଲିଛନ୍ତି । ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇନଥିଲେ ମଧ୍ୟ ବୌଦ୍ଧ ସହରାଞ୍ଚଳ ମଧ୍ୟରେ ଆଉ କିଛି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ପ୍ରଶାସନକୁ ସୂଚନା ମିଳିଛି । ସେଥିପାଇଁ ବୌଦ୍ଧ ସହରର ବୁଟୁପାଲି ଓ କଚେରୀ ଛକ ଅଂଚଳର କଣ୍ଟେନମେଣ୍ଟ ଅବଧି ୨୦ ତାରିଖ ଯାଏଁ ଆଜି ସକାଳେ ବୃଦ୍ଧି କରାଯାଇଥିଲା । ସେହିପରି ଆଜି ଅପରାହ୍ନରେ ଗାନ୍ଧୀଛକ ଠାରୁ ୱାରଲେସ ଛକ, ୱାରଲେସ ଛକ ଠାରୁ ଭୈରବୀ ଛକ, ଭୈରବୀ ଛକଠାରୁ ଏନ.ଏ.ସି ଛକ ଆଦି ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଭାବରେ ପ୍ରଶାସନ ଘୋଷଣା କରିଛି । ସେହିପରି ଏ ସପ୍ତାହର ଶନିବାର ଓ ରବିବାର ବୌଦ୍ଧ ସହରକୁ ସଟ୍ ଡାଉନ୍ ଘୋଷଣା କରା ଯାଇଥିବା ସୂଚନା ମିଳିଛି ।