ଘରକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କଲେ ପ୍ରବାସୀ

ବୌଦ୍ଧ: ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ଦୁଇମାସର ଲକ୍‌ଡାଉନ ଯୋଗୁଁ ଭୋକ ଉପାସରେ ଫସି ରହିଥିବା ବୌଦ୍ଧଜିଲ୍ଲାର ୩୦ଜଣ ପ୍ରବାସୀ ଶ୍ରମିକ ସେମାନଙ୍କୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ସେମାନେ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକୁଳ ନିବେଦନ କରୁଥିବା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେମାନେ କାମ କରୁଥିବା ସଂସ୍ଥାର ମାଲିକ ସେମାନଙ୍କୁ କୌଣସି ସହାୟତା କରୁନଥିବା କିମ୍ବା ତାମିଲନାଡୁ କି ଓଡିଶା ସରକାର ବିଲକୁଲ୍ ସହଯୋଗ କରିନଥିବା ଅଭିଯୋଗ କରିଛନ୍ତି ।
୩୦ଜଣ ଶ୍ରମିକ ଭୋକ ଶୋଷରେ ସେଠାରେ ପଡିରହିଥିବାରୁ ତାଙ୍କୁ ଆଗାମୀ ୪ଦିନ ମଧ୍ୟରେ ଉଦ୍ଧାର କରାନଗଲେ ସେମାନଙ୍କର ଯଦି କିଛି ଅସୁବିଧା ହୁଏ ସରକାର ଦାୟୀ ରହିବେ ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି । ସେମାନେ ନାମ ପଞ୍ଜିକରଣ କରି ସମସ୍ତ କାଗଜପତ୍ର ଦେବାପରେ ମଧ୍ୟ କାହିଁକି ତାଙ୍କୁ ନିଜ ଘରକୁ ଫେରାଇ ଅଣାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

Comments (0)
Add Comment