ବୌଦ୍ଧ,୯/୬ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ୍ ଗ୍ରାମ ପଞ୍ଚାୟତ ଲଇଗାଆଁ ଗ୍ରାମର ଗୋଟିଏ ପୋଖରୀକୁ ଅନ୍ୟ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମରେ ପଟ୍ଟା ପ୍ରଦାନ କରାଯାଇଥିବାକୁ ପ୍ରତିବାଦ କରି ଆଜି ଗ୍ରାମବାସୀ ହରଭଙ୍ଗା ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ୫୦ ବର୍ଷ ହେଲା ଗ୍ରାମବାସୀ ଗ୍ରାମର ଏକ ପୋଖରୀ ବ୍ୟବହାର କରି ଆସୁଥିଲେ । ପୁରୁଣା ଖାତା ନମ୍ବର ୧୮୩ରେ ଥିବା ଉକ୍ତ ପୋଖରୀକୁ ଅନ୍ୟ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମରେ ହରଭଙ୍ଗା ତହସିଲଦାର ୨୦୧୩ ମସିହାରେ ଜବରଦଖଲ ମାମଲା ୬୩ /୧୩ ରୁଜୁ କରି ପଟ୍ଟା ଦେଇଛନ୍ତି । କିଛି ଦିନ ତଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଡିମାରକେସନ କରିବାବେଳେ ଏ ସମ୍ପର୍କରେ ଗ୍ରାମବାସୀ ଜାଣିବାକୁ ପାଇଥିଲେ ।
ଫଳରେ ଆଜି ଗ୍ରାମବାସୀ ହରଭଙ୍ଗା ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନକରି ରେକର୍ଡ ସଂଶୋଧନ କରିବାପାଇଁ ଦାବି କରିଥିବା ଜଣାପଡିଛି ।