ବୌଦ୍ଧରେ ଆଜିଠାରୁ ଦୋକାନ ଖୋଲିବାର ପ୍ରତିବନ୍ଧକ ଉଠିଲା

ବୌଦ୍ଧ:ଚତୁର୍ଥ ପର୍ଯ୍ୟାୟର ଲକ୍‌ଡାଉନ ସରିବାକୁ ଆଉ ୫ଦିନ ସମୟ ବାକିଥିବାବେଳେ ବିଭିନ୍ନ ଦୋକାନ ବଜାର ଖୋଲିବାକୁ ନେଇ ପ୍ରଶାସନ ଲଗାଇଥିବା ପ୍ରତିବନ୍ଧକ ଏବେ ହଟାଯାଇଛି । କେବଳ ମଦ ଦୋକାନ ବ୍ୟତୀତ ଅନ୍ୟ ସଂସ୍ତ ଦୋକାନ ପ୍ରତିଦିନ ସକାଳ ୭ଘଣ୍ଟାରୁ ସନ୍ଧ୍ୟା ୭ଘଣ୍ଟା ଯାଏଁ ଖୋଲାଯାଇପାରିବ ବୋଲି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି । ସମସ୍ତେ ମାସ୍କ ପିନ୍ଧିବାସହ ସାମାଜିକ ଦୂରତାକୁ ପାଳନ କରିବାକୁ ବାଧ୍ୟ କରାଯାଇଛି । ପ୍ରତ୍ୟେକ ଦୋକାନ ଆଗରେ ପାଣି ଓ ସାବୁନ ଗ୍ରାହକଙ୍କ ହାତଧୋଇବା ପାଇଁ ଦୋକାନୀ ରଖିବେ । ଏସବୁ ନୀତିନିୟମରେ ଯେଉଁମାନେ ଖିଲାପ କରିବେ ସେ ଦୋକାନୀ ହେଉକି ଗ୍ରାହକ ସେମାନଙ୍କୁ ଜୋରିମାନା ଦେବାକୁ ପଡିବ । ଏହାସହିତ ତାଙ୍କ ନାମରେ ମାମଲା ମଧ୍ୟ ଦାଏର କରାଯିବ ବୋଲି ପ୍ରଶାସନ ଚେତାବନୀ ଦେଇଛି । ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ।

Comments (0)
Add Comment