ବ୍ରହ୍ମପୁର,୧/୮- ବ୍ରହ୍ମପୁର ଶିବାନନ୍ଦ ନଗର ସ୍ଥିତ ମା ସରସ୍ୱତୀ ବିଦ୍ୟାମନ୍ଦିରରେ ଆର.କେ ଡାଇବେଟିସ ଆଣ୍ଡ ଏଣ୍ଡୋକ୍ରାଇନ ସେଣ୍ଟର ଦ୍ୱାରା ଏକ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ବଡ଼ ମେଡିକାଲ ଏଣ୍ଡ୍ରକୋଲୋଜି ପ୍ରଫେସର ଡାକ୍ତର ପି. ରବିକୁମାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାମନ୍ଦିର ପ୍ରତିଷ୍ଠାତା ଗୌରୀଶଙ୍କର ପାତ୍ର ଅନୁଷ୍ଠାନିକ ଭାବେ ପ୍ରଥମେ ନିଜର ପରୀକ୍ଷଣ କରିଥିଲେ । ପରେ ପରେ ସଭାପତି ଡ଼ଃ ସୁରେନ୍ଦ୍ରନାଥ ପାଣିଗ୍ରାହୀ, ସମ୍ପାଦକ ଯଜ୍ଞନାରାୟଣ ପାଠୀ ଓ ବିଦ୍ୟାମନ୍ଦିର ପରିଚାଳନା ସଦସ୍ୟ ମହେଶ୍ୱର ପଣ୍ଡା ଉପସ୍ଥିତ ରହି ନିଜର ପରୀକ୍ଷା କରାଇଥିଲେ । ଡାକ୍ତର ପି. ରବିକୁମାର ଡାଇବେଟିସର କାରଣ ଓ ନିରାକରଣ ସମ୍ବନ୍ଧରେ ଆଲୋକପାତ କରିବା ସହିତ ସଚେତନତା ବାର୍ତ୍ତା ରଖିଥିଲେ । ଏହି ଶିବିରରେ ୮୦ଜଣ ଆଚାର୍ଯ୍ୟ ଓ ଅଚାର୍ଯ୍ୟା ଭାଗ ନେଇଥିଲେ । ଆର କେ ଡାଇବେଟିସ ଆଣ୍ଡ ଏଣ୍ଡୋକ୍ରାଇନ ସେଣ୍ଟରର ବସନ୍ତ କୁମାର ପାଳ ,ବିନାୟକ ମହାପାତ୍ର ,ପ୍ରଦ୍ୟୁମ୍ନ ଗୌଡ଼ ,ଶିବ ପଣ୍ଡା,ଶାନ୍ତନୁ ପାତ୍ର ,ଚନ୍ଦ୍ରଶେଖର ସ୍ୱାଇଁ ଓ କେଶବ ସାହୁ ସହଯୋଗ କରିଥିଲେ । ଶେଷରେ ବିଦ୍ୟା ମନ୍ଦିର ପ୍ରତିଷ୍ଠାତା ଧନ୍ୟବାଦ ଅର୍ପଣ କରିଥିଲେ ।