ଲାଞ୍ଜିପଲ୍ଲୀ ତ୍ରିନାଥ ମନ୍ଦିରରେ ଚୋରି

ବ୍ରହ୍ମପୁର,୧୬/୭: ଗତକାଲି ରାତ୍ରିରେ ସ୍ଥାନୀୟ ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗର ପଞ୍ଚମ ଲାଇନ ଲାଞ୍ଜିପଲ୍ଲୀ ନୂଆଁବନ୍ଧ ହୁଡାରେ ଥିବା ତ୍ରିନାଥ ମନ୍ଦିରରେ ଚୋରି ହୋଇଯାଇଛି । ସ୍ଥାନୀୟ ଯୁବନେତା ମନୋଜ ତରାଇଙ୍କ ଏତଲା ପ୍ରକାରେ ତ୍ରିନାଥ ମନ୍ଦିରର ମୁଖ୍ୟ ଗେଟ ତାଲା ଭାଙ୍ଗି ହୁଣ୍ଡି ଭାଙ୍ଗି ପ୍ରାୟ ୧୫ରୁ ୨୦ହଜାର ଟଙ୍କା ଚୋରି ହୋଇଯାଇଛି । ଭୋର ସକାଳୁ ମନ୍ଦିର ପୂଜକ ଏମ. ଲକ୍ଷ୍ମଣ ତାରିଲୁ ପୂଜାର୍ଚ୍ଚନା ଲାଗି ଆସି ଏହିଦୃଶ୍ୟ ଦେଖି ସ୍ଥାନୀୟ ଅଧିବାସୀଙ୍କୁ ଜଣାଇବାସହ ପିସିଆରକୁ ଜଣାଇଥିଲେ । ଏ ପ୍ରକାର ଚୋରି ଘଟଣା ସ୍ଥାନୀୟ ଅଂଚଳରେ ଗଭୀର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ତୁରନ୍ତ ଦୁବୃର୍ତ୍ତକୁ ଗିରିଫ କରିବାପାଇଁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି ତେବେ ସହରରେ ଦିନକୁଦିନ ବୃଦ୍ଧି ପାଉଥିବା ଚୋରି ଡକାୟତି ରାହାଜାନି ତଥା ଅସାମାଜିକ କାର୍ଯ୍ୟଗୁଡିକୁ ନିୟନ୍ତ୍ରଣପାଇଁ ସହରରେ ମୁଖ୍ୟଛକ ମାନଙ୍କ ସମେତ ବିଭିନ୍ନ ସାହିମାନଙ୍କରେ ବିଇଏମସି ଦୀର୍ଘଦିନରୁ ସିସି ଟିଭି କ୍ୟାମେରା ଲଗାଇବା ପ୍ରକ୍ରିୟା ପ୍ରସ୍ତାବରେ ହିଁ ରହିଯାଇଛି ।

Comments (0)
Add Comment