ବ୍ରହ୍ମୋସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ବ୍ରହ୍ମୋସ କ୍ଷେପଣାସ୍ତର ଆଜି ସଫଳ ପରୀକ୍ଷଣ ହୋଇଛି । ଏହା ବ୍ରହ୍ମୋସର ଅପଡେଟେଡ୍‌ ଭର୍ସନ । ଏହି କ୍ଷେପଣାସ୍ତ୍ରରେ ଲାଇଫ ଏକ୍ସଟେନସନ ଟେକନୋଲୋଜିର ବ୍ୟବହାର କରାଯାଇଛି । ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଆଜି ଦିନ ୧୦ଟା ୪୦ ମିନିଟରେ ଏହି ପରୀକ୍ଷା କରାଯାଇଛି । ପୂର୍ବରୁ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୨୯୦ କିଲୋମିଟର ଥିବା ବେଳେ ପ୍ରଥମଥର ପାଇଁ ଏହାର ଲକ୍ଷ୍ୟ ଭେଦ କ୍ଷମତାକୁ ପରିବର୍ଦ୍ଧିତ କରାଯାଇଛି । ପୂର୍ବ ଅପେକ୍ଷା ଏହି ମିଜାଇଲ ୪ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ ବୋଲି ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି । ଏହି କ୍ଷେପଣାସ୍ତ୍ରକୁ ଉଭୟ ଭାରତ ଓ ରୁଷିଆ ମିଳିତ ସହଯୋଗରେ ନିର୍ମାଣ କରିଛନ୍ତି । ସୁପରସୋନିକ୍‌ କ୍ରୁଜ୍‌ ମିଜାଇଲ ବ୍ରହ୍ମୋସକୁ କ୍ଷେପଣାସ୍ତ୍ର ବିଧ୍ୱଂଶକାରୀ କ୍ଷେପଣାସ୍ତ୍ର ଭାବେ ବ୍ୟବହାର କରାଯାଇପାରିବ ବୋଲି ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି । ଏହି ମିଜାଇଲର ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ।

Comments (0)
Add Comment