ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ପୁରୀ : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ସାତପଡ଼ା ଅବକାରୀ ଥାନା ଉପ-ନିରୀକ୍ଷକ ବିନୋଦ ବାସ୍କେଙ୍କ ନେତୃତ୍ୱରେ ବ୍ରହ୍ମଗିରି ଥାନା ଅଂଚଳରରେ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗ । ଆଜି ସକାଳେ ରାଇବିଧାର ବଜ଼ାରରେ ଚଢ଼ାଉ କରି ଜଣେ ବ୍ୟକ୍ତି ଯାହାର ନାମ ଅଭିରାମ ଦାସ, ବୟସ-36 ବର୍ଷ, ଘର-ରାଇବିଧାର ଚଢ଼ାଉ କରି ତାଙ୍କ ଠାରୁ 112 ଗ୍ରାମ ବ୍ରାଉନସୁଗାର ଏବଂ ଗୋଟିଏ କଳା ରଙ୍ଗର ପଲସର ବାଇକ ଯାହାର Regd No- OD 13M 1701 ଜବତ କରିଛି । ସାତପଡ଼ା ଅବକାରୀ ଥାନା କେସ ନମ୍ବର 64/2021-22 ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ପ୍ରାୟ 11,20,000 ଟଙ୍କାରୁ ଊର୍ଦ୍ଧ୍ୱ ହେବ । ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ବିନୋଦ ବାସ୍କେ, ରଙ୍କନିଧି ମଲ୍ଲିକ, ASI ଲୋକନାଥ ପଣ୍ଡା, କନେଷ୍ଟବଳ ସଞ୍ଜିବହସ୍ତୀ, ପ୍ରବୀଣ ବିରାଜ କର ସାମିଲ ଥିଲେ ।

Comments (0)
Add Comment