ଲକଡାଉନ ପ୍ରଭାବ : କଞ୍ଚାମାଲ ମିଲୁନଥିବାରୁ ଅସୁବିଧାରେ ବୁଣାକାର ପରିବାର

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଯୁବା ପଞ୍ଚାୟତ ଅଧିନସ୍ଥ ଖଲିପଥର ଗ୍ରାମରେ ବସବାସ କରୁଥିବା ୧୦୦ରୁ ଉର୍ଦ୍ଧ୍ୱ ବୁଣାକାର ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶ୍ୱବ୍ୟାପୀ ମହାମାରୀ କରୋନା ପାଇଁ ସାରା ବିଶ୍ୱ କରୋନା ମୁକାବିଲା ପାଇଁ ଲକଡାଉନ ଥିବା ବେଳେ ବୁଣାକାର ପରିବାରରକୁ କଞ୍ଚାମାଲ ମିଳୁନାହିଁ । ଅନ୍ୟ ପକ୍ଷରେ ତିଆରି କରି ରଖଥିବା ଶାଢି ବିକ୍ରି ହେଉନଥିବାରୁ ବୁଣାକାର ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସହାୟତା ପ୍ରଦାନ କରିବାକୁ ଲିଙ୍ଗରାଜ ମେହେର, ପୁରନ୍ଦର ମେହେର, ତୁଲାରାମ ମେହେର, ମୋହନ ମେହେର, ଦାମ୍ବୋଦର ମେହେର, ମେଘୁ ମେହେର, ଧବଲେଶ୍ୱର ମେହେର, ଅନ ମେହେର, ସୁଶାନ୍ତ ମେହେର, ବୁଡୁ ମେହେର, ଧନଂସ ମେହେର, ଗୌର ମେହେର, ଡମ୍ବରୁ ମେହେର ଭୂମିସୁତା ମେହେର, ଯୋଶିଲା ମେହେର, ପ୍ରମିତା ମେହେର, ଦେବରାଜ ମେହେର, ମେଘନାଥ ମେହେର ପ୍ରମୁଖ ଦାବି କରୁଛନ୍ତି ।

Comments (0)
Add Comment