ବୌଦ୍ଧ : ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ-ଫୁଲବାଣୀ ରାସ୍ତାର ରାଣୀ ପଥର ଘାଟୀ ଉପରେ ଭାରସାମ୍ୟ ହରାଇ ଗୋଟିଏ ଘରୋଇ ଯାତ୍ରୀ ବାହୀ ବସ୍ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁରରୁ ହୀରାକୁଦ ଯାଉଥିବା ଘରୋଇ ବସ୍ “ଉମାକାନ୍ତ’ ବୌଦ୍ଧ କନ୍ଧମାଳ ଜିଲ୍ଲାର ସୀମାନ୍ତ ରାଣୀ ପଥର ଘାଟୀ ଉପରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୌଭାଗ୍ୟ ବଶତଃ ଗାଡି ଘାଟୀ ତଳକୁ ନ ଖସି ରାସ୍ତା କଡରେ ଅଟକି ରହିଥିଲା । ଗୋଟିଏ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବସ୍ ରକ୍ଷା ପାଇ ଯାଇଥିବା ବେଳେ କୌଣସି ଯାତ୍ରୀ ଆହତ ହୋଇ ନଥିବା ଜଣାପଡିଛି ।