୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ଵର, : ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ। ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ। ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଜାତୀୟ ଢାଞ୍ଚାରେ ହେବ ନୀତି। ସେହିପରି ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ମଞ୍ଜୁର ହୋଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି।
ମାର୍ଚ୍ଚ ଯାଏଁ ଦୁବାଇ, ସିଙ୍ଗାପୁରକୁ ବିମାନ ଉଡାଣ ଜାରି ରହିବ। ପରବର୍ତ୍ତୀ ସମୟରେ ଏହି ସେବା ଚାଲୁ ରହିବ କି ନାହିଁ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।  
ଓଡ଼ିଶାରେ ପ୍ରତିରକ୍ଷା ଓ ଏୟାରସ୍ପେସ୍ ସାମଗ୍ରୀ ନିର୍ମାଣ ହେବ। ଏଥିପାଇଁ ୧୭ ହଜାର ୨୫୦ କୋଟି ଟଙ୍କା ନିବେଶ ହେବ। ଏଥିରେ ୨୦ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ। 

Comments (0)
Add Comment