କାର ଦୁର୍ଘଟଣାରେ ଜଣେ ମୃତ,୨ ଆହତ

ସମ୍ବଲପୁର : ଏକ ମର୍ମନ୍ତୁଦ କାର ଦୁର୍ଘଟଣାରେ ଗତକାଲି ଜଣଙ୍କର ମୃତ୍ୟୁ ସହିତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାର ଖବର ପାଇ ନିକଟସ୍ଥ ରେଙ୍ଗାଲୀ ପୁଲିସ ସେଠାରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ପଠାଇବା ସହିତ କ୍ଷତିଗ୍ରସ୍ତ କାର ଭିତରୁ ମୃତଦେହ ଉଦ୍ଧାର କରି ପଞ୍ଚନାମା ପରେ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ଏ ବିଷୟରେ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର – ରାଉରକେଲା ରାଜ୍ୟ ରାଜପଥ-୧୦ ସ୍ଥିତ ଗୁରୁପାଲି ନିକଟରେ ଗତକାଲି ଏହି ଦୁର୍ଘଟଣା ହୋଇଛି । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ କାରଟି, ଓଡି ୧୫ଏଫ ୭୧୯୨, ରାଉରକେଲାରୁ ସମ୍ବଲପୁର ଅଭିମୁଖେ ଦୃତ ଗତିରେ ଆସୁଥିବା ସମୟରେ ଆଗଚକ ହଠାତ୍‌ ଫାଟି ଯିବାରୁ ଏହା ନିୟନ୍ତ୍ରଣ ହରାଇ ସେଠାରେ ଠିଆ ହୋଇଥିବା ଏକ ଟ୍ରକ ଦେହରେ ଜୋରରେ ପିଟି ହୋଇଥିଲା । ଏହି ଦୁର୍ଘଟଣାରେ କାରର ଆଗପଟ ଚୁରମାର ହୋଇ ଯିବାରୁ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତ ଚାଳକର ଚିହ୍ନଟ ମନୋରଞ୍ଜନ ପ୍ରଧାନ (୨୮) ଓ ସେ ସ୍ଥାନୀୟ ଧନକଉଡା ନିବାସୀ ବୋଲି ଜଣାପଡିଛି । ଆହତ ଦ୍ୱୟ ନିତେଶ ନାଏକ (୨୪) ଓ ରୋଲିଙ୍ଗ ସ୍ୱାଇଁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

Comments (0)
Add Comment