କାର୍‌କୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ବିଧାୟକ

ଭଦ୍ରକ : ଆଜି ସକାଳୁ ଏକ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ । କିନ୍ତୁ ସ୍ୱଭାଗ୍ୟବଶତଃ ସେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଜି ସେ ଭଦ୍ରକରୁ ଭୁବନେଶ୍ୱର ଫେରିବା ବେଳେ ଜାରକା ପାଖରେ ତାଙ୍କ କାରକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା । ଫଳରେ ବିଧାୟକଙ୍କ କାର୍‌ଟି ରାସ୍ତାରେ ଥିବା ଡିଭାଇଡର ଉପରକୁ ଚଢିଯାଇଥିଲା । ଏଥିସହ ବିଧାୟକଙ୍କ କାର୍‌ ଭାଙ୍ଗି ପୂରା ଚୁରମାର ହୋଇଯାଇଛି ।
କାର୍‌ ଭିତରେ ବିଧାୟକ ବାମ ପାର୍ଶ୍ୱରେ ବସିଥିବା ସ୍ଥାନକୁ ହିଁ ଟର୍ଗେଟ କରି ଧକ୍କା ଦେଇଥିଲା । ତେବେ ଏଥିରୁ ବିଧାୟକ ବର୍ତ୍ତି ଯାଇଛନ୍ତି । ଏଥିସହ ତାଙ୍କ ସହଯୋଗୀ ଏବଂ ଡ୍ରାଇଭର ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ବିଧାୟକଙ୍କ ସମେତ ୩ଜଣଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଜାରକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ଏହା ଏକ ପ୍ରକୃତରେ ଦୁର୍ଘଟଣା ଥିଲା ନା ଯୋଜନାବଦ୍ଧ ହତ୍ୟା ଉଦ୍ୟମ ସେ ନେଇ ପୁଲିସ ତଦନ୍ତ କରୁଛି ।

Comments (0)
Add Comment