ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସେଞ୍ଚୁରିୟନ୍‌ ଛାତ୍ରଛାତ୍ରୀଙ୍କ ସଫଳତା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟନ୍‌ ପବ୍ଲିକ ସ୍କୁଲର ସଫଳତାରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଛି । ସିବିଏସଇ ଦ୍ୱାରା ପ୍ରକାଶ ପାଇଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଇଶ୍ରିତା ମିଶ୍ର ୯୩.୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗୌତମ ଚରିତ ୯୩.୨ ପ୍ରତିଶତ, ପୂର୍ଣ୍ଣିମା ପଟ୍ଟନାୟକ ୯୨.୪ ପ୍ରତିଶତ, ରୋଜାଲିନ ପଣ୍ଡା ୯୦.୮ ପ୍ରତିଶତ ଏବଂ ବିବେକ ପାତ୍ର ୯୦.୬ ପ୍ରତିଶତ ନମ୍ବର ରଖିଛନ୍ତି । ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ ରାହୁଲ ଗୌଡ଼ ୯୮.୮ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତନିଶା ପାତ୍ର ୯୮.୨ ପ୍ରତିଶତ , ଆଶିଷ ପାଣିଗ୍ରାହୀ ୯୩.୪ ପ୍ରତିଶତ , ଶ୍ରୀସାଇ ଶ୍ରୀନିବାସ ପଣ୍ଡା ୯୩ ପ୍ରତିଶତ ନମ୍ବର ରଖିଛନ୍ତି । ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ ୧୧୩ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪ଜଣ ପରୀକ୍ଷାର୍ଥୀ ୯୦ପ୍ରତିଶତରୁ ଅଧିକା ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଶତ ପ୍ରତିଶତ ସଫଳତା ହାସଲ କରିଥିବାରୁ ସମସ୍ତ ବିଦ୍ୟାର୍ଥୀମାନଙ୍କୁ ବିଦ୍ୟାଳୟର ଭାଇସ୍‌ ପ୍ରେସିଡେଣ୍ଟ ଡି.ଏନ୍‌.ରାଓ, ପ୍ରିନ୍ସିପାଲ୍‌ ଶ୍ରୀମତୀ ସୁନୀତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର , ପ୍ରଶାସନିକ ଅଧିକାରୀ ପ୍ରଦୀପ ପଣ୍ଡା, ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ବୃନ୍ଦ ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ ନିମନ୍ତେ କାମନା କରିଛନ୍ତି ।

Comments (0)
Add Comment