ଭୁବନେଶ୍ବର: ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଭୁବନେଶ୍ୱରରେ ପାସ୍ ହାର ରହିଛି ୮୩.୬୪ ପ୍ରତିଶତ । ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକ ପାସ୍ କରିଛନ୍ତି । ଚଳିତ ବର୍ଷ ୧୬,୯୨,୭୯୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪,୯.୩୦୭ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଛାତ୍ରଛାତ୍ରୀମାନେ cbse.gov.in , cbseresults.nic.in , results.cbse.nic.in ୱେବସାଇଟରେ ରେଜଲ୍ଟ ଦେଖି ପାରିବେ । ଦଶମ ଶ୍ରେଣୀ ପରୀକ୍ଷାଫଳ ଖୁବ ଶୀଘ୍ର ବାହାରିବ ।