ଜଗତସିଂହପୁର ଜିଲ୍ଲାକୁ ଛୁଇଁଲା କରୋନା, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଲା

ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୪ଜଣ ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ ଜଣେ କେନ୍ଦ୍ରାପଡା ଜିଲ୍ଲାର । ଏହା ଜଗତସିଂହପୁର ଜିଲ୍ଲାରେ ପ୍ରଥମ ଘଟଣା । ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତମାନେ ସୁରତ ଫେରନ୍ତା ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଆଜି ସକାଳେ ଗଞ୍ଜାମରୁ ଜଣେ, ବାଲେଶ୍ୱରରୁ ଜଣେ ଓ ଯାଜପୁର ୨ଜଣ ଚିହ୍ନଟ ହୋଇଥିଲେ । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି ।

Comments (0)
Add Comment