ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ଉତ୍ସବ ମନାଇଲେ ଚମ୍ପୁଆ ବିଜେପି କର୍ମୀ

ଚମ୍ପୁଆ,୧୧ା୬: କେନ୍ଦ୍ରୀୟ ପ୍ରଭାରି ତଥା ଭାରତର ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଭୁପେନ୍ଦ୍ର ଯାଦବଙ୍କ ଆଗମନ ଦ୍ୱାରା ବହୁ କଳ୍ପନାଜଳ୍ପନାର ଅନ୍ତଘଟାଇ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନାମ ଘୋଷଣା ପରେ ଚମ୍ପୁଆ ସଦର ମହକୁମାରେ ବିଜେପି କର୍ମୀମାନେ ବାଣ ଫୁଟାଇ ମିଠା ବାଣ୍ଟି ଫଗୁ ଖେଳି ଉତ୍ସବ ମନାଇଥିବା ଦେଖିବାକୁ ମିଳିଛି । ମଣ୍ଡଳ ସଭାପତି ରାଜେଶ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଚମ୍ପୁଆ ମହାବୀର ଛକ ଠାରେ ପ୍ରାୟ ୨ ଘଂଟା ଧରି ଏହି ଉତ୍ସବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ସଂଜୟ ଗିରି, ଉପସଭାପତି ରମେଶ ଚନ୍ଦ୍ର ଗିରି, ଯୁବମୋର୍ଚ୍ଚା ସଭାପତି ଅଭିନୟ ସାହୁ, ପ୍ରଦୀପ ରାଜ, ମହତାବ ଆଲାମ, ରମେଶ ପ୍ରଧାନ, ହବି ଦାସ, ସଚିନ ଦାସ, ସନ୍ତୋଷ ସାହୁ, ସୁଧିର ସରଦାର, ସିଦ୍ଧାର୍ଥ ସିଂହ, ଅବିନାଶ ମିଶ୍ର ସମେତ ପ୍ରାୟ ଶତାଧିକ ବିଜେପି କର୍ମୀ ଏହି ଉତ୍ସବରେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏହି ସରକାର ସାଧାରଣ ଲୋକଙ୍କ ସରକାର ଭାବେ କାର୍ଯ୍ୟ କରିବେ ବୋଲି ସଂପାଦକ ଶ୍ରୀ ଗିରି ସୂଚନା ଦେଇଛନ୍ତି ।

Comments (0)
Add Comment