ଭୋଟ ଗଣତି ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା

ଚମ୍ପୁଆ,୩ା୬:- ଚଳିତ ୨୦୨୪ ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ପ୍ରାର୍ଥୀ ମାନଙ୍କର ଭାଗ୍ୟ ବର୍ତ୍ତମାନ ଇଭିଏମ ଭିତରେ ସିଲ୍‌ ହୋଇ ରହିଥିବାବେଳେ ଆସନ୍ତାକାଲି ଭୋଟ ଗଣତି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଛି । ଚମ୍ପୁଆ ଓ ପାଟଣା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ସ୍ଥାନୀୟ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଡିସନାଲ ପୋଲିସ ସୁପରିଟେଣ୍ଡେଣ୍ଟ ଅଲଟୋ କୁଜୁରଙ୍କ ନେତୃତ୍ୱରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁୃତୟନ କରାଯାଇଥିବାବେଳେ ୨ ଜଣ ଡିଏସପି, ଇନିସପେକ୍ଟର, ସବ ଇନିସପେକ୍ଟର ସହିତ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଛି । ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଭୋଟ ଗଣତି ସମୟରେ ଯେପରି କୌଣସି ବିଶୃଙ୍ଖଳିତ ପରିସ୍ଥିତି ନଉପୁଜେ ସେଥିପ୍ରତି ପୋଲିସ ପକ୍ଷରୁ କଡାକଡି ପଦକ୍ଷେପ ନିଆଯାଇଛି । ଆଜି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା ।

Comments (0)
Add Comment