ଆଞ୍ଚଳିକ ଚଷା ସମାଜ ବାର୍ଷିକ ସମ୍ମିଳନୀ

ଆଞ୍ଚଳିକ ଚଷା ସମାଜ ବାର୍ଷିକ ସମ୍ମିଳନୀ

ଦେବଗଡ଼/ବାରକୋଟ :ବାରକୋଟ ବ୍ଲକ ଅନ୍ତର୍ଗତ ବଲଣ୍ଡା ଶାଖା ଅକ୍ଷରଶିଳା ଖେଳ ପଡ଼ିଆ ଠାରେ ଆଜି ଆଞ୍ଚଳିକ ଚଷା ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ଚଷା ସମାଜର ସଭାପତି ହେମନ୍ତ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥୀ ଭାବେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଓ ମୁଖ୍ୟ ବକ୍ତା ଭାବେ ଦେବଗଡ ଜିଲା ବିଜେପି ସଭାପତି ଅରୁଣ ସାହୁ ଯୋଗଦେଇ ଚଷା ସମାଜର ବିଭିନ୍ନ ସମସ୍ୟା ଓ ସମାଧାନ, ବିଗତ ଦିନରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଆଗାମୀ ଦିନର କାର୍ଯ୍ୟକ୍ରମ ଓ ଚଷା ସମାଜର ସାମଗ୍ରୀକ ବିକାଶ ଉପରେ ଆଲୋଚନା କରିଥିଲେ। ବଲଣ୍ଡା ଶାଖା ଆଞ୍ଚଳିକ ଚଷା ସମାଜର ଉପସଭାପତି କ୍ଷେତ୍ରବାସି ସାହୁ ,ସମ୍ପାଦକ ନରହରି ପ୍ରଧାନ , ସହ ସମ୍ପାଦକ ପ୍ରସନ୍ନ କୁମାର ବିଶ୍ଵାଳ, ଉପଦେଷ୍ଟା ପବିତ୍ର ମୋହନ ସାହୁ, ପବିତ୍ର ସାହୁ ଓ ବଲଣ୍ଡା ସରପଞ୍ଚ ରଣଦୀପ ପ୍ରଧାନ ମଞ୍ଚାସୀନ ଥିଲେ। ଏହି ଅବସରରେ ବଲଣ୍ଡା, ସିଂହଶାଳ, କାଳିଆପାଳ ଆଦି ତିନୋଟି ପଂଚାୟତର ଚଷା ସମାଜ ସଦସ୍ୟ ମାନେ ସାମିଲ ହୋଇଥିଲେ । ରୋମାଂଚ ରଞ୍ଜନ ପ୍ରଧାନ ମଞ୍ଚପରିଚାଳନା କରି ଥିଲେ ।

Comments (0)
Add Comment