ଫୁଲବାଣୀ: ସୋମବାର ଦିନ ସିଏମ୍ପିଓ ତଥା ସମ୍ମନ୍ୱିତ ଶିଶୁବିକାଶ ଅଧିକାରିଣୀ ଫିରିଙ୍ଗିଆ ହରପ୍ରିୟା ମେହେରଙ୍କ ନେତୃତ୍ୱରେ ସୁପରଭାଇଜର ବୈଜୟନ୍ତି ମଲ୍ଲିକ, ଚାଇଲ୍ଡଲାଇନ୍ ଟିମ୍ ସସ୍ମିତା କରଣ ଓ ଚିକୁନ କୁମାର ପ୍ରଧାନଙ୍କ ସହଯୋଗରେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅନ୍ତର୍ଗତ ରତଙ୍ଗ ଗ୍ରାମରେ ଏକ ୧୫ବର୍ଷୀୟା ନାବାଳିକାର ବିବାହ ବନ୍ଦ କରାଯଇଛି । ସୂଚନା ଅନୁସାରେ ୧୫ବର୍ଷୀୟା ନାବାଳିକାର ଗ୍ରାମ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜାଯେଶପଙ୍ଗା ହୋଇଥିବା ବେଳେ ଯୁବକର ନାମ ରାଜା ମାଝୀ ଗ୍ରାମ ରତଙ୍ଗ ଅଞ୍ଚଳର ଅଟେ ।
ଉଭୟ ପରସ୍ପରକୁ ପ୍ରେମ କରୁଥିଲେ ଓ ବିବାହ କରିବାକୁ ଚାହୁଁଥଲେ । ତେଣୁ ରତଙ୍ଗସ୍ଥିତ ଯୁବକର ପରିବାରରେ ଥିଲେ । ଏହି ସୂଚନା କୌଣସି ପ୍ରକାରେ ଚାଇଲ୍ଡଲାଇନ୍କୁ ଆସି ବାଲ୍ୟବିବାହ ନିଷେଧ ଅଧିକାରିଣୀଙ୍କ ପାଖରେ ପହଞ୍ଚିଥିଲା । ଆଜି ହଠାତ୍ ପ୍ରଶାସନର ମିଳିତ ଟିମ୍ ଯୁବକର ପରିବାରରେ ପହଞ୍ଚି ଏହାକୁ ବେଆଇନ ଘୋଷଣା କରିଥିଲେ । ନାବାଳିକାକୁ ଉଦ୍ଧାର କରିବା ସହ ଯୁବକ ଓ ତାର ପିତାମାତାଙ୍କୁ କାଉନସେଲିଂ, ବାଲ୍ୟବିବାହର କୁପରିଣାମ ଏବଂ ଆଇନ ସମ୍ପର୍କରେ ଅବଗତ କରିଥିଲେ ।
ଏହାପରେ ଯୁବକ ଓ ତାର ପିତାମାତା ସହମତି ପ୍ରକାଶ କରିଥିଲେ ଓ ଲିଖିତ ଚୁକ୍ତିନାମା ପ୍ରଦାନ କରିଥିଲେ । ଏହାକୁ ଆଧାରକରି ସିଏମ୍ ପିଓଙ୍କ ତରଫରୁ ଫିରିଙ୍ଗିଆ ଥାନାରେ ଡାଏରୀ କରାଯାଇଥିଲା । ନାବାଳିକାକୁ ଅଧ୍ୟକ୍ଷ ଜିିଲ୍ଲା ଶିଶୁମଙ୍ଗଳରେ ଉପସ୍ଥାପନ କରାଯାଇଥିଲା ଏବଂ ଅଧ୍ୟକ୍ଷ ଜିିଲ୍ଲାଶିଶୁମଙ୍ଗଳ କମିଟିର ଆଦେଶ ଅନୁସାରେ ଅସ୍ଥାୟୀ ଭାବେ ବାଲିଗୁଡାସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନକୁ ପ୍ରେରଣ କରାଯଇଛି ।