ବାଲ୍ୟ ବିବାହ କୁ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ

ଗଜପତି ୧୧।୧୨: ଗଜପତି ଜିଲ୍ଲା ଗୋଶାଣି ବ୍ଳକର କଇଠଡ଼ା ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟ ବିବାହ କୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଗୋଶାଣି ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ ଗୌରୀ କୁମାରୀ ନାୟକ ଜାଣିବାକୁ ପାଇଥିଲେ। ଶ୍ରୀମତି ନାୟକ ଖବର ପାଇ ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଅବଗତ କରିଥିଲେ।

ଏହାପରେ ବାଲ୍ୟ ବିବାହକୁ ରୋକିବା ନିମନ୍ତେ ଏକ ଟିମ ଗଠନ କରାଯାଇଥିଲା। ଉକ୍ତ ଟିମରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉଳ, ICDS ସୁପରଭାଇଜର ଶ୍ରୀମତି ନାଗୁରତ୍ନମ, ଗୁରାଣ୍ଡି ଥାନା ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପରିବେକ୍ଷଣ ଅଧିକାରୀ ଶ୍ରୀଯୁକ୍ତ ଜୟ ପ୍ରକାଶ ବାଡ଼ତ୍ୟା, ସଖୀ ୱାନ ଷ୍ଟପ ସେଣ୍ଟରର ପରିଚାଳିକା ଭାଗ୍ୟ ଲକ୍ଷ୍ମୀ ନାୟକ, UNFPAର ଜିଲ୍ଲା ପ୍ରତିନିଧି ଶୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଏବଂ ଚାଇଲଡ଼ ଲାଇନର ସଦସ୍ୟା ସୁ ଶ୍ରୀ ବି. ସୌଜନ୍ୟ। ପ୍ରଭୃତି ଉକ୍ତ ଗ୍ରାମକୁ ଯାଇ ହେବାକୁ ଥିବା ବାଲ୍ୟ ବିବାହକୁ ସ୍ଥଗିତ କରିଥିଲେ।ଏହା ପରେ ବିବାହ ହେବାକୁ ଥିବା ଝିଅର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା ଏବଂ ଅଭିଭାବକଙ୍କୁ ବାଲ୍ୟ ବିବାହର କୁପ୍ରଭାବ ଉପରେ ବିଶଦ ଭାବରେ ବୁଝା ଯାଇଥିଲା।

ଗ୍ରାମବାସୀଙ୍କ ଉପସ୍ଥିତିରେ ଝିଅର ଅଭିଭାବକ ଝିଅଟିକୁ 18 ବର୍ଷ ପୂରଣ ନ ହେବା ଯାଏ ବିବାହ ଦେବୁ ନାହିଁ ଏବଂ ଯଦି ଏଥିରେ ତ୍ରୁଟି କରିବୁ ତେବେ ଆଇନ ଅନୁଯାୟୀ ଦଣ୍ଡ ପାଇବୁ ବୋଲି ଲିଖିତ ଆକାରରେ ଜଣାଇଛନ୍ତି । ଟାସ୍କଫୋର୍ସ ଦ୍ବାରା ଝିଅକୁ ଉଦ୍ଧାର କରି ଶିଶୁମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା। ଝିଅଟିକୁ 18 ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟ ବିବାହ ନିରୋଧ ଟାସ୍କଫୋର୍ସ ଦ୍ବାରା ନିୟମିତ ପରାମର୍ଶ ଦେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ବାଲ୍ୟ ବିବାହ
Comments (0)
Add Comment