ଯୋଗାଣ ସହାୟକଙ୍କ ପାରିଶ୍ରମିକ ବୃଦ୍ଧି ଏବଂ ଚାକିରି ସ୍ଥାୟୀ ସ୍ୱୀକୃତି ପ୍ରଦାନ ନିମନ୍ତେ ଦାବିପତ୍ର ପ୍ରଦାନ

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଜିଲ୍ଲା ଯୋଗାଣ ସହାୟକ ସଂଘ କନ୍ଧମାଳ ତରଫରୁ ସଭାପତି ବିବେକାନନ୍ଦ ବେହେରାଙ୍କ ନେତୃତ୍ୱରେ ଏକ ୬ଦଫା ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ଲିଖିତ ଅନୁରୋଧ କରାଯାଇଛି ଯେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ କାର୍ଯ୍ୟରତ ଯୋଗାଣ ସହାୟକମାନଙ୍କ ୮ ବର୍ଷ କାର୍ଯ୍ୟକାଳ ସଂପୂର୍ଣ୍ଣ ହୋଇଅଛି । ପିଡିଏସ କାର୍ଯ୍ୟ ସଂପାଦନ ସହ ରାଜ୍ୟ ସରକାରଙ୍କ ନ୍ୟସ୍ତ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରି ଆସୁଅଛୁ । ପିଠା କାର୍ଯ୍ୟକ୍ରମ, କାଳିଆ ଯୋଜନା, ବିଜୁ ଗାଆଁ କଲ୍ୟାଣ ଯୋଜନା ଭଳି ରାଜ୍ୟ ସରକାରଙ୍କ ଲୋକାଭିମୁଖ କାର୍ଯ୍ୟକ୍ରମ ରେ ନିୟୋଜିତ ହୋଇ ଆସୁଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କରୋନା ମହାମାରୀ ସମୟରେ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ସହ ସମସ୍ତ ହିତାଧିକାରୀଙ୍କ ଘରକୁ ଯାଇ ପିଡିଏସ ଚାଉଳ, ଗହମ, ମାଣ୍ଡିଆ, କିରୋସିନୀ, ଡାଲି ବଣ୍ଟନ କରି ଆସୁଥିଲେ । କିନ୍ତୁ ପରିତାପର ବିଷୟ ନିଶ୍ୱାର୍ଥପର ଭାବେ କାର୍ଯ୍ୟ କରିଆସୁଥିବା ଉଚ୍ଚ ଼ଶିକ୍ଷିତ ସ୍ନାତକ ଶ୍ରେଣୀର ଯୋଗାଣ ସହାୟକଙ୍କ ପାରିଶ୍ରମିକ ଦିନ ମଜୁରିଆଠାରୁ ବି କମ୍‌ ହୋଇଥିବାରୁ ପରିବାର ପୋଷଣ କରିବା ପାଇଁ ଅସମର୍ଥ ହେଉଅଛନ୍ତି । ଏନେଇ ସରକାରଙ୍କୁ ଜିଲ୍ଲା ଯୋଗାଣ ସହାୟକ ସଂଘ ତରଫରୁ କେତେକ ଦାବୀ ଲିଖିତ ଆକାରରେ କନ୍ଧମାଳ ଜିଲ୍ଲା ପାଳ ଡ଼ଃ. ବୃନ୍ଦା ଡିଙ୍କୁ ପ୍ରଦାନ କରିଛନ୍ତି । ଦାବି ଗୁଡିକ ଯଥା ରାଜ୍ୟ ସରକାରଙ୍କ ନୂତନ ନିୟମ ଅନୁସାରେ ଯୋଗାଣ ସହାୟକଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଆଧାର କରି ମାସିକ ପାରିଶ୍ରମିକ ୨୫୦୦୦କୁ ବୃଦ୍ଧି କରାଯିବା ସହ ଗ୍ରାମ ପଞ୍ଚାୟତରୁ ଦରମା ନ ଦେଇ ସିଧାସଳଖ ବ୍ୟାଙ୍କ ଖାତା ମାଧ୍ୟମରେ ରାଜ୍ୟ ଯୋଗାଣ ବିଭାଗ, ଓଡିଶା ସରକାରଙ୍କ ତରଫରୁ ଦିଆଯିବା ପାଇଁ ଦାବୀ ହୋଇଛି । ଏଥି ସହିତ ଯୋଗାଣ ସହାୟକ ମାନଙ୍କୁ ଗ୍ରାମ ପଞ୍ଚାୟତ ସ୍ତରରୁ ଜିଲ୍ଲା ସ୍ତରର ଜିଲ୍ଲା କ୍ୟାଡରରେ ଅନ୍ତର୍ଭୁକ୍ତ କରିବା ସହିତ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ପଦବୀରେ ଚାକିରୀର ୬ ବର୍ଷ ପରେ ନିୟମିତ କରାଯାଉଅଛି । ସେହିପରି ଯୋଗାଣ ସହାୟକ ମାନଙ୍କୁ ୬ ବର୍ଷ କାର୍ଯ୍ୟ ପରେ ଚାକିରି ନିୟମିତ ସହ ଟ. ୯୩୦୦/- ଦେୟ ସ୍କେଲରେ ଦରମା ପ୍ରଦାନ କରାଯିବା ପାଇଁ ମଧ୍ୟ ଦାବି ହୋଇଛି ।ଏଥି ସହିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓଡିଶା ସରକାରଙ୍କର ସ୍ନାତକ ସ୍ତରରେ ଯେ କୌଣସି ପଦବୀ ବାହାରିଲେ ସେଥିରେ ୫୦% ଯୋଗାଣ ସହାୟକ ମାନଙ୍କୁ ସଂରକ୍ଷଣ ବ୍ୟବସ୍ଥା ପ୍ରଦାନ କରାଯିବା ଏବଂ ମୃତ୍ୟୁବରଣ କରିଥିବା ପରିବାରକୁ ଆର୍ଥିକ ସହାୟତା ସହ ତାଙ୍କ ପରିବାରର ଜଣେ ସଦସ୍ୟକୁ ଯୋଗାଣ ସହାୟକର ଚାକିରୀ ପ୍ରଦାନ କରାଯିବା ପାଇଁ ଲିଖିତ ଦାବି ଜଣାଇଛନ୍ତି । ଏଣୁ ଉପରୋକ୍ତ ବିଷୟ ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଯୋଗାଣ ସହାୟକ ରାଜ୍ୟ ସଂଘ ଓଡିଶା ପକ୍ଷରୁ ବିନମ୍ର ଅନୁରୋଧ କରିଛନ୍ତି । ଏହାର ଏକକିତା ନକଲ , ଜିଲ୍ଲା ଯୋଗାଣ ଅଧିକାରୀ, କନ୍ଧମାଳ, ଉପ-ଜିଲ୍ଲାପାଳ, କନ୍ଧମାଳ ଜିଲ୍ଲା ପଞ୍ଚାୟତ ଅଧିକାରୀ, କନ୍ଧମାଳିଙ୍କ ଅବଗତି ନିମନ୍ତେ ପ୍ରେରଣ କରିଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପ୍ରଭାସ କୁମାର ନାୟକ ଉପ-ସଭାପତି ଅଜିତ୍‌ କୁମାର ପ୍ରଧାନ, ସଂପାଦିକା ସୁଶ୍ରୀ ଜ୍ୟୋତ୍ସ୍ନା ରାଣୀ ଦେହୁରୀ ସହ ସଂପାଦକ ସରୋଜ କୁମାର ଦଳ ବେହେରା ।କାହ୍ନୁ ଚରଣ ସାହୁ ମିଡିଆ ସେଲ, ଭୋଳାନାଥ ପ୍ରଧାନ,ସାନ୍ତନୁ କୁମାର ବେହେର. କାର୍ଯ୍ୟକାରୀ ସଦସ୍ୟ ସୁକାନ୍ତ କୁମାର ଦିଗାଲ,କୈଳାସ ପ୍ରଧାନ, ବିପିନ ବିହାରି ବଡସେଟ୍‌, ଶରତ ଚନ୍ଦ୍ର ମଲିକ ସନ୍ଦିପ ଦିଗାଲ,ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment