ଭୁବନେଶ୍ବର: ଆଶାୟୀଙ୍କୁ ଚାକିରି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରାୟ ୧୧ଟି ବିଭାଗ ୧୫୪୩ଜଣଙ୍କୁ ନିଯୁକ୍ତି ମିଳିଛି । ଭୁବନେଶ୍ବର ରେଲଓ୍ବେ ଅଡିଟୋରିୟମ ହଲରେ ହୋଇଥିବା ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ ଚୟନ ହୋଇଥିବା ଆଶାୟୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ, ଅର୍ଥ ବିଭାଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ସମବାୟ ବିଭାଗ, ପର୍ଯ୍ୟଟନ ବିଭାଗ, ସ୍ୱରାଷ୍ଟ୍ର ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଯୋଜନା ଓ ସଂଯୋଜନା ବିଭାଗର ମୋଟ ୧୫୪୩ଜଣଙ୍କୁ ନିଯୁକ୍ତିପତ୍ର ମିଳିଛି । ଏଥିରୁ ଗଣଶିକ୍ଷା ବିଭାଗରେ ୭୫୫, ୩୮୨ଜଣଙ୍କୁ ଓଡ଼ିଶା ସିଭିଲ ସର୍ଭିସ ଓ ୧୪ଜଣଙ୍କୁ ଅନ୍ୟ ବିଭାଗରେ ରହିଛି । ସେହିପରି ୩୯୨ ଜଣଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ନିଯୁକ୍ତି ମିିଳିଛି।