ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଆଜି ପବିତ୍ର ମକର ସଂକ୍ରାନ୍ତି। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଆଜି ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ ଓ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବ। ଏହି ମକର ସଂକ୍ରାନ୍ତି ଅବସରରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଜିଲା ପାଟଣା ରାଜନଗରରେ ମକର ବୁଡ଼ ପକାଇଛନ୍ତି। ବୈତରଣୀ ନଦୀର ଶୈବ୍ୟା କାବେରୀ ଘାଟରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ। ପୂଜାର୍ଚ୍ଚନା ପରେ ପତ୍ନୀଙ୍କ ସହ ବୁଡ଼ ପକାଇଛନ୍ତି।

Comments (0)
Add Comment