ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ବରଗଡ଼ : ଆସନ୍ତା ଅଗଷ୍ଟ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏନେଇ ମଙ୍ଗଳବାର ଦିବା ୧୧ ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ନିରୁପମା ଷଡ଼ଙ୍ଗୀ, ଓଡିଶା ଜନସ୍ୱାସ୍ଥ୍ୟ ବିଭାଗ ସହନିର୍ଦେଶକ ଡ଼ ସୁଭାଶିଷ ମହାନ୍ତି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ସାଧୁଚରଣ ଦାସଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କୁ ସଚେତନ କରିଛନ୍ତି I ବରଗଡ଼ ଫାଇଲେରୀୟା ପ୍ରବଣ ଜିଲ୍ଲା ହୋଇଥିବା ବେଳେ ଏଠାରେ ପ୍ରାୟ ୧୬ ଲକ୍ଷ୍ୟ ୩୩ ହଜାର ଲୋକସଂଖ୍ୟା ରହିଛନ୍ତି I ତେବେ ଫାଇଲେରିଆ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଆସନ୍ତା ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ ସମସ୍ତଙ୍କୁ ଔଷଧ ସେବନ କରାଯିବାର ଲକ୍ଷ୍ୟ ରଖାଯାଇଥିବା ଜଣାଯାଇଛି I ଔଷଧ ଦେବା ପାଇଁ ୧୬ ହଜାର ଡ୍ରଗ ଏଡମିଷ୍ଟ୍ରେସନକୁ ନିୟୋଜିତ କରାଯାଇଛି I ଜିଲ୍ଲାର ପ୍ରତ୍ୟେକ ଘରକୁ ଘର ଯାଇ ଲୋକଙ୍କୁ ଔଷଧ ସେବନ କରାଇବେ ବୋଲି ଜଣାଇଛନ୍ତି I

Comments (0)
Add Comment