ବାଲୁକା ଚିତ୍ରକଳାରେ ଶୁଭେଛା

ପୁରୀ : ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ଦ୍ବିତୀୟ ପଦକ ଜିତିଛି। ୧୦ ମିଟର ଏୟାର ପିସ୍ତଲ ଯୁଗଳ ବର୍ଗ ଇଭେଣ୍ଟରେ ଭାରତର ଷ୍ଟାର ଶୁଟର ମନୁ ଭାକର ଏବଂ ସରବଜୋତ ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ମ୍ୟାଚ୍‌ରେ ଉଭୟ ଭାରତୀୟ ଶୁଟର ମନୁ ଓ ସରବଜୋତ ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତୀୟ ଯୋଡି ଫାଇନାଲରେ କୋରିଆ ଯୋଡ଼ିକୁ ୧୬-୧୦ ବ୍ୟବଧାନରେ ପରାସ୍ତ କରିଛନ୍ତି। ତେବେ ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ର କଳାରେ ଶୁଭେଛା ଦେଇଛନ୍ତି। ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା ଚିତ୍ରକଳା କରିଛନ୍ତି। ଏହି ବାଲୁକା ଚିତ୍ରକଳା ଦେଖିବାକୁ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ହୋଇଥିଲା I

Comments (0)
Add Comment