ସାଂସଦ ଅନନ୍ତ ନାୟକଙ୍କ ସମ୍ବର୍ଦ୍ଧନା

କେନ୍ଦୁଝର : “ମା ତାରିଣୀ ମୁମେଣ୍ଟ ଟ୍ରାଭେଲ୍ସ୍” ପକ୍ଷରୁ ସିରାଜ୍ଜୁଦିନ୍ ଛକ ଟ୍ରାଭେଲ୍ସ୍ ଅଫିସରେ ଏହାର ସଂସ୍ଥାପକ ନିନି ରାଉତଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଓ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହର ଆୟୋଜିତ ହୋଇଥିବାର ସୂଚନା ମିଳିଛି। ଯେଉଁଥିରେ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପ୍ରତିନିଧି ତଥା କେନ୍ଦୁଝର ଜିଲ୍ଲାର ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ସାରୀଲତା ପୃଷ୍ଟିଙ୍କ ପୁଅ ପରମେଶ୍ବର ପୃଷ୍ଟି ଯୋଗଦେଇଥିଲେ I ସାଂସଦ ତାଙ୍କୁ ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି ତାକୁ ସେ ସଫଳତାର ସହ ପ୍ରତିପାଦନ କରି ସାଂସଦଙ୍କୁ ଭାରତରେ ଏକନମ୍ବର ସାଂସଦର ମାନ୍ୟତା ପାଇବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟର ସମୀକ୍ଷା କରିବେ ଏବଂ ଏଥି ସହିତ ଘରେ ଘରେ କିଭଳି ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯାଇ ପାରିବ ସେଥିପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।

“ମା ତାରିଣୀ ମୁମେଣ୍ଟ ଟ୍ରାଭେଲ୍ସ୍”ର ସଂସ୍ଥାପକ ନିନି ରାଉତ ତଥା ସମାଜସେବୀ ଦୀପୁ ପଟ୍ଟନାୟକ, ସମାଜସେବୀ ସୁଧାଂଶୁ ଶେଖର ରଥ, ବିକ୍ରମ ରାଉତ, ମନୋଜ ଓଝା ଆଦିଙ୍କ ତରଫରୁ ସାଂସଦଙ୍କ ପ୍ରତିନିଧି ପରମେଶ୍ବର ପୃଷ୍ଟି ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା I

Comments (0)
Add Comment