ଫୁଲବାଣୀ:ରାଜ୍ୟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଭିତରେ ସଶସ୍ତ୍ର ପୋଲିସ ଜୋର ଜବରଦସ୍ତ ପଶି ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପ୍ରତିବାଦ କରି ସୋମବାର କନ୍ଧମାଳ ଜ଼ିଲ୍ଲା କଂଗ୍ରେସ, ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଶତାଧିକ ନେତା ଓ କର୍ମୀମାନେ ପୋଲିସ ବିରୁଦ୍ଧରେ ସ୍ଲୋଗାନ ଦେଇ ରା଼ଲିରେ ଆସି ଏସପି ଅଫିସ ଘେରାଉ କରିଥିଲେ । ପାଚେରୀ ଡେଇଁ କାର୍ଯ୍ୟାଳୟ ଭିତରକୁ ପଶିବା ପାଇଁ ଉଦ୍ୟମ କରିବା ବେଳେ ପୋଲିସ ଅଟକାଇଥିଲା ।
କନ୍ଧମାଳ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ଜ଼ିଲ୍ଲା କଂଗ୍ରେସ ସଭାପତି ଅନାମ ବେହେରା, ପୂର୍ବତନ ସାଂସଦ ରାଧା କାନ୍ତ ଦିଗାଲ, ଶ୍ରମିକ ନେତା ଘନ ଶବର, ଭିଖାରି ପାଣି ଗ୍ରାହୀ,କାମ ବେହେରା, ସଂସାର ଭୋଇ, ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥଲେ ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ, ଥାନା ଅଧିକାରୀ ସୁଶାନ୍ତ ସେଠୀଙ୍କ ସମେତ ବହୁ ପୋଲିସ ଉପସ୍ଥିତ ଥିଲେ । ଯୁବ କଂଗ୍ରେସ ପକ୍ଷରୁୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଅତିରିକ୍ତ ଏସପିଙ୍କୁ ପ୍ରଦାନ କରିଥିଲେ ।