ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମୋଦି ସରକାରଙ୍କ କୋଭିଡ଼ ଟିକାକରଣ ନୀତି ଉପରେ ପ୍ରଶ୍ନ ଉଠାଇ ବିଭିନ୍ନ ଅସୁବିଧା ସବୁକୁ ଦର୍ଶାଯାଇଛି । କୋଭିଡ଼ ମହାମାରୀରୁ ଲୋକଙ୍କୁ ବଞ୍ଚାଇ ବାକୁହେଲେ ସମସ୍ତଙ୍କୁ ଟିକାକରଣ ଏକମାତ୍ର ଅସ୍ତ୍ର ହୋଇଥିବା ବେଳେ ଯେଉଁଭଳି ଭାବରେ କେନ୍ଦ୍ରର ମୋଦି ସରକାର ଟିକାକରଣ ର ପରିଚାଳନା କରୁଛନ୍ତି ତାହା ସଂପୂର୍ଣ୍ଣ ଭାବେ ଭୁଲ ଓ ଏପରି ଭାବରେ ଏକ ଅବ୍ୟବସ୍ଥିତ ଢ଼ଙ୍ଗରେ ଚାଲିଛି ତାହା ଭାରତ ଭଳି ଏକ ବିଶାଳ ଜନସଂଖ୍ୟା ଦେଶର ସମସ୍ତଙ୍କୁ ଟିକାକରଣପାଇଁ ହୁଏତ ଆହୁରି ୩ବର୍ଷ ସମୟ ଅତିକ୍ରାନ୍ତ ହୋଇପାରେ ଯାହାକି ବୟସ୍କମାନଙ୍କୁ ଯଦି ଏତେଦିନ ଅପେକ୍ଷା କରାଯିବାକୁ ପଡିବ ତାହେଲେ କେବେ ଆମେ ଶିଶୁମାନଙ୍କୁ ଟିକାକରଣ କରି କରୋନାର ତୃତୀୟ ଲହରକୁ ପ୍ରତିହତ ପାଇଁ ଆମେ କିଭଳି ପ୍ରସ୍ତୁତ ହେବା ବୋଲି ପ୍ରଶ୍ନ କରି ମହାମହିମ ରାଷ୍ଟ୍ରପତି ଏଥିପାଇଁ ଦୈ÷ନିକ ୧କୋଟି ଟିକା ସମସ୍ତ ଦେଶବାସୀଙ୍କୁ ମାଗଣାରେ ଯୋଗାଇ ଦେବାପାଇଁ ମୋଦି ସରକାରଙ୍କୁ ଆଦେଶ ଦେବାକୁଆଜିବ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ଦାବି ପତ୍ର ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ ସଭାପତି ଗୌରିଶ୍ୟାମ ପଣ୍ଡା, ଜିଲ୍ଲା ଆଇନସେଲ ସଭାପତି ସୁଧୀର କୁମାରପଣ୍ଡା, ଟାନ ସଭାପତି ରଞ୍ଜିତ ରୟ, ବରିଷ୍ଠ କଂଗ୍ରେସ ନେତା ନରଦେବ ଭୋଇ, ବରୁଣ ସୁନା, ଶେଷଦେବ ମେହେର ତଥା ଅନେକ ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।