କଂଗ୍ରେସର ମହା ମିଶ୍ରଣ ପର୍ବ : ରାଜ୍ୟ ପ୍ରଭାରୀ ଚେଲା କୁମାରଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ : କଂଗ୍ରେସ ଜିଲ୍ଲା ସଭାପତି ଅନାମ ନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ କରୋନେସନ ପଡିଆ ଠାରେ ବିରାଟ ସାଧାରଣ ସଭା ତଥା କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପର୍ବ ଆୟୋଜନ କରିଥିଲା । ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ନୀତି ଆଦର୍ଶକୁ ଆପଣେଇ ବିଭିନ୍ନ ଦଳରୁ ଶତାଧିକ ଶିକ୍ଷିତ ମହିଳାପୁରୁଷ କଂଗ୍ରେସ ରାଜ୍ୟ ପ୍ରଭାରୀ ଡ଼ଃ ଏ.ଚେଲା କୁମାର,ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ବିଧାୟକ ତାରା ପ୍ରସାଦ ବାହିନୀ ପତି, ବିଧାୟକ ରମେଶ ଜେନା, ବିଧାୟକ ଦାଶରଥି, ରାଜ୍ୟ ଆଦିବାସୀ ଚେୟାରମ୍ୟାନ ଜ୍ଞାନଦେବ ମୋହନ ବେହେରା, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ ଓ ନକୁଳ ନାୟକ କନ୍ଧମାଳ ପ୍ରଭାରୀ ବିସ୍ମୟ ମହାପାତ୍ର, ହୁସେନ ଖାନ, ଯଜେ୍ଞଶ୍ୱର ବାବୁ, ମିନାକ୍ଷୀ ବାହିନୀ ପତି, ରାଷ୍ଟ୍ରୀୟ ମଯଦୁର ସଭାପତି ତଥା ଏଆଇସିସି ସଦସ୍ୟ ଘନ କୁମାର ଶବର, ପିସିସି ସମ୍ପାଦକ ଚନ୍ଦ୍ର ଶେଖର ପରିଡ଼ା, କୈଳାଶ ଚନ୍ଦ୍ର ମୁଖୀ, ରୁଦ୍ର ମଲ୍ଲିକ, ମନୋଜ ଆଚାର୍ଯ୍ୟା, ଶିବାନୀ କଁହର, ପ୍ରତାପ ପ୍ରଧାନ, ଜିଲ୍ଲା କଂଗ୍ରେସ ଯୁବ ସଭାପତି ବସନ୍ତ କୁମାର ପାଢୀ, ଅନୁପମ କଁହର ପ୍ରମୁଖଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି । ଚେଲା କୁମାର ବିଜେଡିର ଶାସନ କାଳରେ କୌଣସି ଉନ୍ନତିମୂଳକ କାର୍ଯ୍ୟହୋଇନଥିବା ଅଭିଯୋଗ କରିବା ସହ ଏହି ସମୟରେ କେବଳ ଦୁର୍ନୀତି ଓ ଭ୍ରଷ୍ଟାଚାର, ଗୁଣ୍ଡା ଗିରି ବୃଦ୍ଧି ପାଇଥିବା କହିଥିଲେ । ଏଥି ସହିତ ଆମ ସମସ୍ତଙ୍କୁ ଏକ ହୋଇ ନିଜନିଜ ମଧ୍ୟରେ ସହଯୋଗ ରଖିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସ ସଭାପତି ଶିବଶଙ୍କର ବେହେରା, ସୂର୍ଯ୍ୟକାନ୍ତ ଦାସ, ପ୍ରଫୁଲ୍ଲ ବେହେରା, ମିକା ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାନ୍ତି, ନୃସିଂହ ଶତପଥି (ପୂର୍ବତନ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କ ପ୍ରତିନିଧି)ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment