ରାଇକିଆ ବ୍ଲକ କଂଗ୍ରେସ ପକ୍ଷରୁ ଦର ବୃଦ୍ଧି ପ୍ରତିବାଦରେ ଧାରଣା

ରାଇକିଆ : ସାରା ରାଜ୍ୟ କରୋନା ମହାମାରୀ ସହିତ ଲଢ଼ୁଛି । ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ପାଇଁ ଲଢେଇ କରୁଥିବା ବେଳେ ବହୁ ଲୋକ ଜୀବିକା ହରାଇ ସାରିଛନ୍ତି । ଲୋକଙ୍କର ରୋଜଗାର ପନ୍ଥା କିଛି ନାହିଁ । ଏହିଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଅତି ନିର୍ଦ୍ଦୟ ଭାବରେ ଲୋକଙ୍କ ଉପରେ କେନ୍ଦ୍ରୟ ଶୁଳ୍କ ଏବଂ ଭାଟ ଆଦାୟ କରୁଥିବାରୁ ଏହାକୁ ବିରୋଧ କରି ବୁଧବାର ଦିନ ରାଇକିଆ ବ୍ଳକ କଂଗ୍ରେସ ଦଳ ଉପସଭାପତି ବିଜୟ ସାହୁଙ୍କ ନେତ୍ୱରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଦର ବୃଦ୍ଧି ପ୍ରତିବାଦରେ ଧାରଣା ଦେଇଥିଲେ କଂଗ୍ରେସ ପାର୍ଟି । ସୂଚନା ଅନୁଯାୟୀ ୨୦୧୪ମସିହାରେ କଂଗ୍ରେସ ନେତୃତ୍ୱାଧିନରେ ମେଣ୍ଟ ସରକାର ଗଲାବେଳକୁ ପେଟ୍ରୋଲ ଦର ୭୨ ଏବଂ ଡିଜେଲ ଦର ୬୩ଟଙ୍କା ରାଜ୍ୟରେ ବିକ୍ରି ହେଉଥିଲା । ଏହି ୭ ବର୍ଷ ଭିତରେ ପୋଟ୍ରେଲ ୩୦୦ପ୍ରତିଶତ ଓ ଡିଜେଲ ଉପରେ ପାଖାପାଖି ୮୦୦ପ୍ରତିଶତ କର ଆଦାୟ କରାଯାଇଛି । ସେହିପରି ରନ୍ଧନ ଗ୍ୟାସର ଦର ବି ଆକାଶ ଛୁଆଁ ହୋଇସାରିଛି । ଏହି ୭ ବର୍ଷ ଭିତରେ ମହିଳାଙ୍କ ଲୁହ ପୋଛିବା ପରିବର୍ତ୍ତେ ମହିଳାଙ୍କ ଲୁହ ଅଧିକା ମାତ୍ରାରେ ବହୁଛି । ଏହି ପ୍ରତିବାଦ ଧାରଣାରେ ରାଇକିଆ ବ୍ଳକ କଂଗ୍ରେସ ଦଳର ଉପସଭାପତି ବିଜୟ ସାହୁ, ସମିତି ସଭ୍ୟା କ୍ରିଷ୍ଣାପ୍ରିୟା ପ୍ରଧାନ, ଜିଲ୍ଲା ସମ୍ପାଦକ ମନୋଜ ଦିଗାଲ, ବରିଷ୍ଠ କଂଗ୍ରେସ କର୍ମୀ ସତ୍ୟବାନ ପାତ୍ର, ଯଜ୍ଞ ପାତ୍ର, ଆଲିପ ଦିଗାଲ, ନଗେନ୍ଦ୍ର ଚଉଧୁରୀ, ଆଲିପ ଦିଗାଲ, ଜୁଲି

Comments (0)
Add Comment