ଘୁ.ଉଦୟଗିରି : କରୋନାର ତୃତୀୟ ଲହର ଏକ ପ୍ରକାର ଆରମ୍ଭ ହେଇଯାଇଥିବା ବେଳେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁହୁ ହୋଇ ବଢିଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସପ୍ତାହେ ଭିତରେ ଜଣେ ଦୁଇଜଣରୁ ବୃଦ୍ଧି ହୋଇ ଚାରିଜଣ ସଂକ୍ରମିତ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ସହରରେ ତିନି ଜଣ, ଏମଏମସି ରୋଡ଼ରେ ଦୁଇ ଏବଂ ଏଫଟିଏସରୁ ଜଣେ ଏବଂ ଗ୍ରାମାଞ୍ଚଳରେ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଘରକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇ ବାଉଁଶ ବାଡ଼ ଦେଇ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।