ବାତ୍ୟା ମୁକାବିଲା ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ

ଭୁବନେଶ୍ୱର:ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଗୁଲାବ । ତେବେ ଏହାର ମୁକାବିଲା ପାଇଁ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।  ଫିସେରିଜ ଓ  ଏଆରଡି ବିଭାଗର କଣ୍ଟ୍ରୋଲ ରୁମ ଖୋଲାଯାଇଛି ।  ସ୍ୱତନ୍ତ୍ର ସଚିବ ବିଶ୍ୱମୋହନ ରାୟଙ୍କ ଅଫିସ ଚାମ୍ବରରେ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । କଣ୍ଟ୍ରୋଲ ରୁମର ଟେଲିଫୋନ ନମ୍ବର ହେଉଛି ୦୬୭୪-୨୩୯୩୯୫୮  । କଣ୍ଟ୍ରୋଲ ରୁମ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୨୪ ଘଣ୍ଟିଆ କାମ କରିବ ।  କଣ୍ଟ୍ରୋଲ ରୁମ ଲାଗି ଦୁଇ ନୋଡାଲ ଅଧିକାରୀଙ୍କ ନାମ ବି ଘୋଷଣା କରାଯାଇଛି ।  ବିଶ୍ୱମୋହନ ରାୟଙ୍କୁ ନୋଡାଲ ଅଫିସର, ବିପର୍ଯ୍ୟୟ ପରିଚାଳନା ଦାୟିତ୍ୱ ଦିଆଯାଇଛି ।  ସେହିପରି ଯୁଗ୍ମ ସଚିବ ମନୋଜ ବେହେରାଙ୍କୁ  କଣ୍ଟ୍ରୋଲ ରୁମ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଛି ।  ଏସଆରସି ଓ ବିଭିନ୍ନ ବିଭାଗ ସହ ମନୋଜ ବେହେରା ଯୋଗାଯୋଗରେ ରହିବେ । କୌଣସି ଅଧିକାରୀଙ୍କୁ ଛୁଟି କିମ୍ବା ହେଡକ୍ୱାର୍ଟର୍ସ ନଛାଡ଼ିବାକୁ ନିଦେ୍ର୍ଧଶ ଦିଆଯାଇଛି ।

Comments (0)
Add Comment