ରାଜ୍ୟରେ ମୃତ୍ୟୁସଂଖ୍ୟା ୭ହଜାର ଡେଇଁଲା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୯୬ ଜଣ ଛୁଆ ଅଛନ୍ତି, ଯେଉଁମାନଙ୍କ ବୟସ ଶୂନରୁ ୧୮ ବର୍ଷ ମଧ୍ୟରେ । ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ଟପିଛି ।
ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୨୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି ୨୯୯ଟି ହେଉଛି ଲୋକାଲ୍‌ କେସ୍‌ । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୯ ଜଣ ଥିବା ବେଳେ କଟକରୁ ୯୧, ଅନୁଗୋଳରୁ ୧୫, ବାଲେଶ୍ୱରରୁ ୧୯, ବରଗଡରୁ ୨, ଭଦ୍ରକରୁ ୨୨, ବଲାଙ୍ଗିରରୁ ୪, ବୌଦ୍ଧରୁ ଜଣେ, ଦେବଗଡରୁ ୫, ଢେଙ୍କାନାଳରୁ ୧୫, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩୩, ଯାଜପୁରରୁ ୨୮, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୫, କନ୍ଧମାଳରୁ ୯, କେନ୍ଦ୍ରାପଡାରୁ ୧୨, କେନ୍ଦୁଝରରୁ ୧୧, କୋରାପୁଟରୁ ୩, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ଜଣେ, ନୟାଗଡରୁ ୧୮, ନୂଆପଡାରୁ ୨, ପୁରୀରୁ ୧୬, ରାୟଗଡାରୁ ୮, ସମ୍ବଲପୁରରୁ ୬, ସୋନପୁରରୁ ୩, ସୁନ୍ଦରଗଡରୁ ୧୧ ଓ ଷ୍ଟେଟ୍‌ ପୁଲ୍‌ରୁ ୬୦ ଜଣ ଅଛନ୍ତି । ତେବେ ଗଜପତିରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।
୭୨୦ଟି ନୂଆ କେସ୍‌ ଆସିବା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୬ ହଜାର ୧୫୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୭୯ ହଜାର ୪୦୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯,୬୭୨ ଜଣ ଚିକିତ୍ସାଧୀନ ଅଛନ୍ତି ।
ଅନ୍ୟପକ୍ଷରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୮ ଜଣଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୦୨୧କୁ ବୃଦ୍ଧି ପାଇଛି ।
ଏହି ୬୮ ମୃତକଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୧୪ ଜଣ ଥିବା ବେଳେ ଅନୁଗୋଳ ଓ ଜଗତସିଂହପୁରରୁ ୮ ଜଣ ଲେଖାଏଁ, ଯାଜପୁରରୁ ୭, ବାଲେଶ୍ୱର ଓ କେନ୍ଦ୍ରାପଡାରୁ ୬ ଜଣ ଲେଖାଏଁ, ଢେଙ୍କାନାଳ ଓ ଖୋର୍ଦ୍ଧାରୁ ୫ ଜଣ ଲେଖାଏଁ, ପୁରୀ ଓ ରାୟଗଡାରୁ ୩ ଜଣ ଲେଖାଏଁ ଏବଂ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଅଛନ୍ତି ।
ଏହା ସହିତ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୪କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୩୦୪, ଜଗତସିଂହପୁରରେ ୧୩୦, ଯାଜପୁରରେ ୧୦୪, ବାଲେଶ୍ୱରରେ ୨୪୦, କେନ୍ଦ୍ରାପଡାରେ ୧୭୬, ଢେଙ୍କାନାଳରେ ୧୫୧, ଖୋର୍ଦ୍ଧାରେ ୧,୩୯୪, ପୁରୀରେ ୪୧୪, ରାୟଗଡାରେ ୧୬୪, କେନ୍ଦୁଝରରେ ୧୪୭, ମୟୂରଭଞ୍ଜରେ ୨୩୮ ଓ ସୁନ୍ଦରଗଡରେ ୫୬୯କୁ ବୃଦ୍ଧି ପାଇଛି ।

Comments (0)
Add Comment