କରୋନା କଟକଣା ମଧ୍ୟରେ କ.ନୂଆଗାଁରେ ଘରେ ଘରେ ପାଳିତ ହେଉଛି ଜନ୍ମାଷ୍ଟମୀ

କ.ନୂଆଗାଁ : ଆଜି ମଧ୍ୟରାତ୍ରରେ ଜନ୍ମ ନେବେ ଶ୍ରୀକୃଷ୍ଣ ।କ.ନୂଆଗାଁ-“ଯଦା ଯଦା ହି ଧର୍ମସ୍ୟ………ସମ୍ଭବାମି ଯୁଗେ ଯୁଗେ’ ଏଣୁ ତ୍ରେତୟା ଯୁଗରେ ରାବଣକୁ ବିନାଶ କରିବା ପାଇଁ ଶ୍ରୀରାମଚନ୍ଦ୍ର ରୂପରେ ଏବଂ ଦ୍ୱାପର ଯୁଗରେ କଂସାସୁରକୁ ନିଧନ କରିବା ପାଇଁ ଲୀଳାମୟ ଶ୍ରୀକୃଷ୍ଣ ରୂପରେ ଅବତାର ନେଇ ଏହି ଭାରତ ଭୂମୀରେ ଭଗବାନ ଧର୍ମ ସଂସ୍ଥାପନ କରିଛନ୍ତି ।ପୁରାଣ ଅନୁଯାୟୀ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମଧ୍ୟରାତ୍ରରେ କଂସାସୁରର ବନ୍ଦିଶାଳରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିଲେ ଲୀଳାମୟ ଶ୍ରୀକୃଷ୍ଣ । ତିଥି ଅନୁଯାୟୀ ଆଜି ଜନ୍ମାଷ୍ଟମୀ । କରୋନା କଟକଣା ଯୋଗୁଁ କ.ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବାରୁ ହିନ୍ଦୁ ସଂପ୍ରଦାୟର ପବିତ୍ରଦିନ ଜନ୍ମାଷ୍ଟମୀ କ.ନୂଆଗାଁ ଆଖ ପାଖ ଅଂଚଳରେ ନିରାଡମ୍ବର ଭାବେ ଘରେ ଘରେ ପାଳିତ ହେଉଛି । ଏବର୍ଷ କୌଣସି ସାହି କିମ୍ବା ମଣ୍ଡପରେ ଶ୍ରୀକୃଷ୍ଣଙ୍କ ଆରାଧନା କରିନଥିଲେ ଶ୍ରଦ୍ଧାଳୁ । କରୋନାକୁ ନେଇ କୃଷ୍ଣ ପ୍ରେମୀଙ୍କ ମନରେ ବିସାଦର ଛାୟା ଖେଳିଯାଇଥିଲା ।

Comments (0)
Add Comment