ଭୁବନେଶ୍ୱର ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୩୯୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୯୧୨୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୧୫ ଜଣ କ୍ୱାରେଣ୍ଟାଇନ୍ରେ ରହିଥିବା ବେଳେ ୧୬୭୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୯୧କୁ ବୃଦ୍ଧି ପାଇଛି । ୧୧ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, କଟକ, ପୁରୀରୁ ୨ଜଣ ଲେଖାଏଁ ରହିଥିବା ବେଳେ ଭଦ୍ରକ, ଗଞ୍ଜାମ, କୋରାପୁଟ, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୧୪ଜଣ, ବାଲେଶ୍ୱର ଜିଲ୍ଲାରୁ ୭୪ଜଣ, ବରଗଡ଼ ଜିଲ୍ଲାରୁ ୧୬୯ଜଣ, ଭଦ୍ରକ ଜିଲ୍ଲାରୁ ୮୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୮୦ଜଣ, ବୌଦ୍ଧ ଜିଲ୍ଲାରୁ ୪୧ଝଣ, କଟକ ଜିଲ୍ଲାରୁ ୩୯୨ଜଣ, ଦେଓଗଡ଼ ଜିଲ୍ଲାରୁ ୧୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୦୧ଜଣ, ଗଜପତି ଜିଲ୍ଲାରୁ ୧୮ଜଣ, ଗଞ୍ଜାମ ଜିଲ୍ଲାରୁ ୯୫ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୯ଜଣ, ଯାଜପୁର ଜିଲ୍ଲାରୁ ୧୪୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୯ଜଣ, କଳାହାଣ୍ଡି ଜିଲ୍ଲାରୁ ୭୪ଜଣ, କନ୍ଧମାଳ ଜିଲ୍ଲାରୁ ୫୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୭ଜଣ, କେନ୍ଦୁଝର ଜିଲ୍ଲାରୁ ୮୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୮୭ଜଣ, କୋରାପୁଟ ଜିଲ୍ଲାରୁ ୧୨୭ଜଣ, ମାଲକାନଗିରି ଜିଲ୍ଲାରୁ ୧୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୬୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨୫ଜଣ, ନୟାଗଡ଼ ଜିଲ୍ଲାରୁ ୪୮ଜଣ, ନୂଆପଡ଼ା ଜିଲ୍ଲାରୁ ୯୬ଜଣ, ପୁରୀ ଜିଲ୍ଲାରୁ ୩୩୨ଜଣ, ରାୟଗଡ଼ା ଜିଲ୍ଲାରୁ ୫୮ଜଣ, ସମ୍ବଲପୁର ଜିଲ୍ଲାରୁ୧୦୪ଜଣ, ସୋନପୁର ଜିଲ୍ଲାରୁ ୭୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୮ଜଣ, ଷ୍ଟେଟ ପୁଲ୍ରୁ ୧୧୪ଜଣ ରହିଛନ୍ତି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୯୧୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୩୧୮୨ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୫୨୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୨୭୩୫୯୭ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।