ପୁଣି ହଜାରେ ପାର୍‌ ହେଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୦୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି ୪୩୬ଟି ହେଉଛି ଲୋକାଲ୍‌ କେସ୍‌ । ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୪ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୫୬୫କୁ ବୃଦ୍ଧି ପାଇଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୩ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୩୨, ଅନୁଗୋଳରୁ ୫୭, ବାଲେଶ୍ୱରରୁ ୨୩, ବରଗଡରୁ ୩, ଭଦ୍ରକରୁ ୧୫, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, ଦେବଗଡରୁ ୭, ଢେଙ୍କାନାଳରୁ ୧୦, ଗଜପତିରୁ ୩, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୮୧, ଯାଜପୁରରୁ ୩୬, କଳାହାଣ୍ଡିରୁ ୫, କନ୍ଧମାଳରୁ ୫, କେନ୍ଦ୍ରାପଡାରୁ ୨୮, କେନ୍ଦୁଝରରୁ ୧୭, କୋରାପୁଟରୁ ୫, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୨୮, ନବରଙ୍ଗପୁରରୁ ୨, ନୟାଗଡରୁ ୨୮, ନୂଆପଡାରୁ ୨, ପୁରୀରୁ ୩୪, ରାୟଗଡାରୁ ୨୬, ସମ୍ବଲପୁରରୁ ୯ ଓ ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ ଅଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୮୧ ଜଣ ଚିହ୍ନଟ ହୋଇଛନ୍ତି ।
୧୦୪୧ଟି ନୂଆ କେସ୍‌ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୭୧ ହଜାର ୩୯୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦ ହଜାର ୯୮୮ ଜଣ ଚିକିତ୍ସାଧୀନ ଅଛନ୍ତି ।
ଅନ୍ୟପକ୍ଷରେ ଯେଉଁ ୬୪ ଜଣ ମୃତକଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଜଣ ଥିବା ବେଳେ ସୁନ୍ଦରଗଡରୁ ୮, ବାଲେଶ୍ୱରରୁ ୬, କନ୍ଧମାଳରୁ ୪, କଟକ, ଯାଜପୁର, ମୟୂରଭଞ୍ଜ, ନୟାଗଡ ଓ ପୁରୀରୁ ୩ ଜଣ ଲେଖାଏଁ, ଅନୁଗୋଳ, ଦେବଗଡ ଓ ଝାରସୁଗୁଡାରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗିର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୩୩୫କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୨୭୪, ବାଲେଶ୍ୱରରେ ୨୧୯, ବଲାଙ୍ଗିରରେ ୧୧୨, କଟକରେ ୪୪୪, ଦେବଗଡରେ ୪୨, ଢେଙ୍କାନାଳରେ ୧୩୨, ଗଞ୍ଜାମରେ ୪୬୨, ଜଗତସିଂହପୁରରେ ୧୦୭, ଯାଜପୁରରେ ୮୩, ଝାରସୁଗୁଡାରେ ୧୬୮, କନ୍ଧମାଳରେ ୮୧, ମୟୂରଭଞ୍ଜରେ ୨୨୯, ନୟାଗଡରେ ୧୫୮, ପୁରୀରେ ୪୦୨, ସମ୍ବଲପୁରରେ ୧୯୫ ଓ ସୁନ୍ଦରଗଡରେ ୫୬୬କୁ ବୃଦ୍ଧି ପାଇଛି ।

Comments (0)
Add Comment